Breaking News

ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ



ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବରପଦର ଅଛାଣ୍ଡପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ କପ ହକି ପ୍ରତିଯୋଗିତା 2023କୁ ଆଖି ଆଗରେ ରଖି ବ୍ଲକ ସ୍ଥରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଏହି ଉଦଯାପନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ଥିଲେ l ମୁଖ୍ୟ ଅତିଥିଙ୍କ ଦ୍ୱାରା ବାଗଦେବୀ ମା ସରସ୍ବତୀ, ଶ୍ରୀ ଗଣେଶ ଓ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚନା କରି ମାଲ୍ୟାର୍ପଣ କରିଥିଲେ। ଏହାପରେ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ଭେଡେନ ବ୍ଲକ ଉପାଧ୍ୟକ୍ଷ ଡ଼ୋଲାମଣୀ ଖେତୀ, ସରପଞ୍ଚ ମୀରା ମହାକୁର, ସମିତି ପଙ୍କଜିନୀ ପଶାୟତ ଲୁହାଖଣ୍ଡି ପଞ୍ଚାୟତ ପ୍ରଧାନ ଶିକ୍ଷକ ଅମୃତ ଲାଲ ସେଟ, ଭେଡେନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବନମାଳୀ ଦାସ, ଅବସର ପ୍ରାପ୍ତ ଶିକ୍ଷକ ଅଗ୍ନି କୁମାର ପଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ପଧାନ ଓ ବ୍ଲକ ସମ୍ପାଦକ ରାଜେନ୍ଦ୍ର ପଧାନ ମଂଚାସୀନ ଥିଲେ । ଦୌଡ, ଫୁଟବଳ, ଖୋକୋ, କବାଡି,ହାଇ ଜମ୍ପ, ଲଙ୍ଗ ଜମ୍ପ,ଡିସକସ ଓ ସଟ ପୁଟ ଥ୍ରୋ ପ୍ରତିଯୋଗୀତାରେ ଉତ୍ତିର୍ଣ୍ଣ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପ୍ରମାଣ ପତ୍ର ଓ ପୁରସ୍କାର ଦେଇଥିଲେ । ଚୟନ ହୋଇଥିବା ଖେଳାଳି ମାନେ ପରବର୍ତ୍ତୀ ସମୟରେ  ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଯିବେ । ଚାରି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପାଞ୍ଚଶହ 
 ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶିକ୍ଷକ ଗୋବିନ୍ଦ ସେଠ କାର୍ଯ୍ୟକ୍ରମ କୁ ପରିଚାଳନା ଓ ଅବସର ପ୍ରାପ୍ତ ଶିକ୍ଷକ ଅଗ୍ନି କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକର ସମସ୍ତ ଖେଳ ଶିକ୍ଷକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୧୨/୨୦୨୨---୮,୧୦ Sakhigopal News,23/12/2022

Blog Archive

Popular Posts