Breaking News

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ଦକ୍ଷତା ବୁଦ୍ଧି ତାଲିମ ଶିବିର

 

ଭଞ୍ଜନଗର----- ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବନବିଭାଗ ପକ୍ଷରୁ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି  । ରାସାୟନିକ ସାର ବ୍ୟବହାର ଦ୍ଵାରା ଉଭୟ ମୃତ୍ତିକା ନଷ୍ଟ ହେବ ସହ ପ୍ରାଣୀ ସମ୍ପଦ ମଧ୍ୟ ଧନ ଜୀବନ ନଷ୍ଟ ହେବାରେ ଲାଗିଛି । ଅକାରଣରେ ଛୋଟ ଶିଶୁ ମଧ୍ୟ କାନ୍ସର ଭଳି ରୋଗରେ ରୋଗାକ୍ରାନ୍ତ ହେଇ ମୃତୁବରଣ କରୁଛନ୍ତି । ଏଣୁ ଜୈବିକ ପ୍ରଣାଳୀରେ ଚାଷ କ୍ଷେତ୍ରରେ ମନ ନିବେଶ କରିବା ଓ ଜୈବିକ ଖତ ପ୍ରସ୍ତୁତ କରି ଦି ପଇସା ରୋଜଗାର କରି ପାରିବେ ସେ ନେଇ ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଶ୍ରୀ ଉମାକାନ୍ତ ଦାସ (ବାନାଞ୍ଚଳ ଅଧିକାରୀ ), ଓ ତାଲିମ ଦାତା ଶ୍ରୀ ଦାଶରଥି ତ୍ରିପାଠୀ, ଯୋଗ ଦେବା ସହ  ବ୍ଯନପାଳ  ଶ୍ରୀ ଦିଲୀପ କୁମାର ଦାସ ,ବନରକ୍ଷୀ ଶ୍ରୀ କ୍ଷେତ୍ରବାସୀ ମହାକୁଡ଼ , ପ୍ରକଳ୍ପ ସଂଯୋଜକ ଶ୍ରୀମତୀ ସୁପ୍ରଭା ପଣ୍ଡିତ (ତାଲିମ ଓ ନଥିପତ୍ର ) ଶ୍ରୀ ରାମଚନ୍ଦ୍ର ବାରିକ (ଜୀବନ ଜୀବିକା) ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆଗକୁ ନେଇ ଥିଲେ ।‌‌ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ମଧ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ ରେ ପରିଚାଳନା ଦାୟିତ୍ଵ ବହନ କରିଥିଲେ। ରାସାୟନିକ ସାର ମୁକ୍ତ ଅଞ୍ଚଳ ହେବ ଆମ ଗାଁ  ଭୁସୁଭୂସା ଗ୍ରାମ ବୋଲି ଶେଷରେ ଶ୍ରୀମତୀ ସୁପ୍ରଭା ପଣ୍ଡିତ ସବୁ ଗ୍ରାମ ବାସୀଙ୍କୁ ପ୍ରବତାଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ବୃକ୍ଷରୋପଣ କରି ଜୈବିକ ଖତ ବ୍ୟବହାର ର ମହତ୍ତ୍ଵ ବୁଝାଇଥିଲେ । ଶେଷରେ ଶ୍ରୀ ବାରିକ ଧନ୍ୟବାଦ ଦେଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୨/୨୦୨୨---୧୨,୧୦ Sakhigopal News,22/12/2022

Blog Archive

Popular Posts