ଗଞ୍ଜାମ ଆଉଟ ସୋରସିଙ୍ଗ ସଂସ୍ଥାରେ ନିଯୁକ୍ତି ପାଇଥିବା କର୍ମଚାରୀ ଙ୍କ ନଥିପତ୍ର ଯାଞ୍ଚ
ନୟାଗଡ଼--- ସରକାର ଙ୍କ ପକ୍ଷରୁ ବିଭିନ୍ନ ଦପ୍ତର ମାନଙ୍କରେ କିଛି ଅସ୍ଥାୟୀ ପଦବୀ ପାଇଁ ଆଉଟ ସୋରସିଙ୍ଗ ସଂସ୍ଥା ଦ୍ଵାରା ନିଯୁକ୍ତି ପ୍ରଦାନ କରାଯାଇଛି ।ଏହି ଆଉଟ ସୋରସିଙ୍ଗ ସଂସ୍ଥା ବିଭାଗୀୟ ଟେଣ୍ଡର ପାଇବା ପରେ ଠିକା କର୍ମଚାରୀ ଯଥା ଦୈନିକ ମଜୁରୀ ରେ ବିଭିନ୍ନ ଦପ୍ତର ରେ ନିଯୁକ୍ତି ଦେଇଛି। ତେବେ ଏହି ନିଯୁକ୍ତି ଦେବାରେ ଓ କର୍ମଚାରୀ ଙ୍କୁ ପ୍ରାପ୍ୟ ଦେବାରେ କୌଣସି ଅବହେଳା କଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇ ଥାଆନ୍ତି।ଏବଂ ଟେଣ୍ଡର ନେଇ ଥିବା ଆଉଟ ସୋରସିଙ୍ଗ ସଂସ୍ଥା କୁ ବାତିଲି କରିଥାନ୍ତି।ତେବେ ଏବେ ନୟାଗଡ ଜିଲ୍ଲାରେ ପୂର୍ବରୁ ବିଭିନ୍ନ ମେଡ଼ିକାଲ ରେ ଆଉଟ ସୋରସିଙ୍ଗ ସଂସ୍ଥା ପକ୍ଷରୁ ନିଯୁକ୍ତି ହୋଇଥିବା କର୍ମଚାରୀ ଅସୁବିଧାର ସମ୍ମୁଖୀନ ହେବା ପରେ ନୂତନ ଭାବେ ଗଞ୍ଜାମ ଆଉଟ ସୋରସିଙ୍ଗ ସଂସ୍ଥା କୁ ଦାଇତ୍ୱ ଦିଆଯାଇଛି।ଏହି ସଂସ୍ଥା ଦାଇତ୍ୱ ନେବା ପରେ ଏବେ କର୍ମଚାରୀ ଙ୍କ ନଥିପତ୍ର ଯାଞ୍ଚ କରାଯାଇଛି । କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଥିବାର ଜଣା ପଡ଼ିଛି।ସୂଚନାଯୋଗ୍ୟ ଯେ ଏହି ନିଯୁକ୍ତିରେ ପୂର୍ବରୁ କାର୍ଯ୍ୟରତ ଥିବା ଠିକା କର୍ମଚାରୀ ଙ୍କ କ୍ଷେତ୍ରରେ ଅଗ୍ରାଧିକାରଦେଇ ନିଯୁକ୍ତି ସୁଯୋଗ ଦେବାକୁ ନୂତନ ମ୍ୟାନ ପାୱାର ସଂସ୍ଥା କୁ ସିଡିଏମ ପରାର୍ମଶ ଦେଇଛନ୍ତି । ସିଡ଼ିଏ ମ ଓ ଙ୍କ ଏଭଳିକାର୍ଯ୍ୟ କୁ ଜଣସାଧାରଣ ବେଶ ପ୍ରଶଂସା କରିଛନ୍ତି । ନୟାଗଡ଼ ରୁ ବ୍ୟୁରୋ ରିପୋର୍ଟର ନିରଞ୍ଜନ ଦାସ,୨୬/୧୨/୨୦୨୨---୨,୧୦ Sakhigopal News,26/12/2022