Breaking News

ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ



ଭଞ୍ଜନଗର--ବ୍ଲକସ୍ତରୀୟ ବିଜ୍ଞାନ ମେଳା କୁଲାଡ କବିସମ୍ରାଟ ବିଦ୍ୟପୀଠ ଠାରେ ସୋମବାର  ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ଊଦଘାଟନ କରିଥିବା ବେଳେ ବଡକୋଦଣ୍ଡା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ତହସିଲଦାର ଅଚୁତାନନ୍ଦ ଜାନି,କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ସ୍ଥାନୀୟ ସରପଞ୍ଚ ଭି,ସଂଯୁକ୍ତା ରାଜୁ,ସମିତି ସଭ୍ୟା ପି ରେଣୁକା ପାତ୍ର, ଜଗବନ୍ଧୁ ଜେନା,ହୁଷିକେଶ ସ୍ବାଇଁ ଓ ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚାସୀନ ଥିଲେ ।ଏହି ମେଳାରେ୧୦୦ଟି ପ୍ରକଳ୍ପ ପ୍ରଦର୍ଶିତ ହେଇଥିବା ବେଳେ ସେଥି ମଧ୍ୟରୁ ୪ଟି ଶ୍ରେଷ୍ଠ ପ୍ରକଳ୍ପ  ଜିଲ୍ଲା ସ୍ତରକୁ ମନେନୀତ ହେଇଥିଲା ।କୃତୀ ପ୍ରତିଯୋଗମାନକୁ ପୁରସ୍ଲୁତ କରାଯାଇଥିଲା । କବିସମ୍ରାଟ ବିଦ୍ୟାପୀଠର ପ୍ରଧାନଶିକ୍ଷକ କୁମୁତ ଚନ୍ଦ୍ର ବାଡତ୍ୟା ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ସିଆରସିସି ସହଯୋଗ କରିଥିବା ବେଳେ ସହକାରୀ ଶିକ୍ଷକ ଗୌରୀନନ୍ଦନ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୨/୨୦୨୨----୮,୪୫ Sakhigopal News,6/12/2022

Blog Archive

Popular Posts