ଶୁଭ ମହୁରତ ନାଟକ " ଆଜିର ମଣିଷ "
ଭଞ୍ଜନଗର: ଆଦୀବାସୀ ସମସ୍ୟା ଉପରେ ଆଧାରିତ ତଥା ନାଟ୍ୟକାର ମନ୍ମଥ ଶତପଥୀଙ୍କ ଦ୍ବାରା ରଚିତ ପ୍ରତୀକଧର୍ମୀ ନାଟକ ‘ଆଜିର ମଣିଷ’ ନାଟକର ଶୁଭ ମହୁରତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଏହାକୁ ଉଦଘାଟନ କରିଥିଲେ। ଏହାକୁ ବିଶିଷ୍ଟ ନାଟ୍ୟକାର ଉପେନ୍ଦ୍ର ଶତପଥୀ ନିର୍ଦ୍ଦେଶନା ଦେଉଥିବା ବେ୍ଳେ ତରୁଣ କଳାକାର ସଂସ୍ଥା ପ୍ରେଜୋଜିତ ନାଟକରେ କଳାକାର ଗୌରୀ ପଟ୍ଟନାୟକ,ଗଣେଷ ସିଂ,ପ୍ରଦିପ ସାମନ୍ତରାୟ,ଜୟକୃଷ୍ଟ ପଟ୍ଟନାୟକ,ପ୍ରସାଦ ଆପଟ,ବିଷ୍ଣୁ ପ୍ରସାଦ ପଣ୍ଡା,ପ୍ରଭାତ ମହାରଣା,ସନ୍ତୋଷ ସାହୁ,ମନୋଜ ଗୌଡ ପ୍ରମୁଖ ଅଭିନୟ କରୁଛନ୍ତି। ଏଥିରେ ସାଇଗୁରୁକୁଳ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଅଜିତ ଶତପଥୀ,ଅନପମ ବାନାର୍ଜି,ସେଛାସେବୀ ଶୂଳପାଣି ଶତପଥୀ,ଡ.ଗୁରୁମୂର୍ତ୍ତି ନାୟକ,ଅଶୋକ ସ୍ବାଇଁ,ଦୁର୍ଗା ମାଧବ ଦାଶଙ୍କ ସମେତ ବହୁ କଳାକାର ଉପସ୍ଥିତ ରହିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୨/୨୦୨୨---୮,୪୫ Sakhigopal News,6/12/2022