Breaking News

ଗୋପାଳ ପ୍ରସାଦର ବୈଦ୍ୟ ଚନ୍ଦ୍ରମଣି ପ୍ରଧାନଙ୍କ ହାତ ତିଆରି ଚେରମୂଳି ଔଷଧରେ ରୋଗୀ ହେଉଛନ୍ତି ଭଲ





 ନୟାଗଡ଼ ---- କମ ଖର୍ଚ୍ଚରେ ରୋଗୀଙ୍କୁ ଭଲ କରି ପାରୁଛନ୍ତି ବୈଦ୍ୟ ମଉସା ଚନ୍ଦ୍ରମଣି ପ୍ରଧାନ ବୋଲି ସେ ଯୁକ୍ତି କରିଛନ୍ତି।ଏହା ବିଶ୍ୱାସ ନ ହେଲେ ବି ସତ। ମଉସାଙ୍କ ହାତ ତିଆରି ବିଭିନ୍ନ ଚେର ମୁଳିକୁ ଜଙ୍ଗଲ ରୁ ସଂଗ୍ରହ କରି ତିଆରି କରିଥାନ୍ତି ଔଷଧ।ଏହା ଠିକ ଭାବେ ଭାଗ ମାପରେ ପ୍ରସ୍ତୁତ କରାଯାଉଛି ଔଷଧ।ଏହା ଖାଇବା ଦ୍ୱାରା ଡାଇବେଟିସ ଓ ବ୍ଲଡ଼ପ୍ରେସର ଭଲ ହୋଇପାରୁଛି ବୋଲି  କବିରାଜ ଚନ୍ଦ୍ରମଣି ମଉସା କୁହନ୍ତି। ଯେତେ ବଡ ଡାଇବେଟିସ ହେଉନା କାହିଁକି ଏହି ଔଷଧର ଏଭଳି କମାଲ ଅଛି ଯେ ଲୋକ ମାନେ ଏହାକୁ ବ୍ୟବହାର କରି ରୋଗ ମୁକ୍ତ ହେଉ ଥିବା ଜଣା ପଡ଼ିଛି। କିଛି ମାତ୍ରାରେଏହି ଔଷଧକୁ ଜିଭରେ ପକାଇ ଢ଼ୋକିଲା ପରେ ଯଦି ମିଠାଖାଇବେ ତାହେଲେ ଆଉ ମିଠା ଲାଗିବ ନାହିଁ।ଏହିପରି ମଉସା ମଧ୍ୟ ବିଭିନ୍ନ ପ୍ରକାର ଝଡା ଫୁଙ୍କା ଦ୍ୱାରା ପିଲାଙ୍କ ଦୃଷ୍ଟି ଦୋଷ ଆଦି ଭଲକରି ପାରୁଛନ୍ତି।ମଉସାଙ୍କ ବୟସ 65ରୁ ସତୁରି।ଏହି ବୟସରେ ସେ ସେବା କରୁଛନ୍ତି। ପ୍ରଥମେ ସେ ଫରେଷ୍ଟ ଡିପାର୍ଟମେଣ୍ଟରେ ଚତ୍ରୁଥ ଶ୍ରେଣୀ କର୍ମଚାରୀ ଭାବେ ନିୟୋଜିତ ଥିଲେ।  କିନ୍ତୁ ଅବସର ପରେ ଏହି କାମ କରୁଛନ୍ତି। ତାଙ୍କ ନିଜ ଠିକଣାହେଲା ନୟାଗଡ ଜିଲ୍ଲାର ଗଣିଆ ବ୍ଲକ ନିକଟବର୍ତ୍ତୀ,କିଶୋରପ୍ରସାଦ ପଞ୍ଚାୟତର ଗୋପାଳ ପ୍ରସାଦ ଗାଁରେ।ମଉସା ରାସ୍ତା ପାର୍ଶ୍ଵରେଏକ ଛୋଟଦୋକାନ ଟିଏ କରିସବୁବେଳେ ବସିଥାନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୫/୧୨/୨୦୨୨----୯,୧୦ Sakhigopal News,5/12/2022

Blog Archive

Popular Posts