୯୫ ଗ୍ରାମ ଧଳାଜହର ଜବତ କରିଛି ଅବକାରୀ ବିଭାଗ, ଜଣେ ଗିରଫ
ପିପିଲି ----ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଓ ନୂଆହାଟ ଫାଣ୍ଡି ଅଧୀନ ନରସିଂହପୁର ଶାସନ ମଲ୍ଲିକସାହି ଠାରେ ଚଢ଼ାଉକାରି କଟକ ଜିଲ୍ଲା ଏବଂ ନିଆଳି ଥାନା ଅଧୀନ ନୂଆବେତେଣ୍ଡା ଗ୍ରାମର ତ୍ରିଲୋଚନ ସ୍ୱାଇଁ ,32 ବର୍ଷଙ୍କ ଠାରୁ 95 ଗ୍ରାମ ବ୍ରାଉନ ସୁଗାର(ହେରୋଇନ ) ଜବତ କରିଛି। ଏ ସମ୍ପର୍କରେ କୋଣାର୍କ ଅବକାରୀ ଥାନା କେସ ନଂ 105/22-23ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କାରାଗରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 9,50,000 ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ SI ଶ୍ରୀ ନାରାୟଣ ବେହେରା, SI ସ୍ୱୟଂପ୍ରଜ୍ଞା ସୁବଦର୍ଶିନୀ ନାୟକ, ASI ଶ୍ରୀ ଲିକନାଥ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାୟକ staff- ପ୍ରବୀଣ ବିରାଜ କିରୋ, ଶେଖ ୱାରିସ, ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ । ଆସାମୀ ବହୁତ ଦିନ ହେଲା ପୁରୀ ଜିଲ୍ଲାର ପାଖ ଅଂଚଳ ଯଥା-ଚାରିଛକ, ନିମାପଡା, ଗୋପ, ନୂଆହାଟ ଅଂଚଳକୁ ବ୍ରାଉନ ସୁଗାର ଆଣି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲା। ବହୁତ ଦିନ ହେଲା ଅବକାରୀ ବିଭାଗର କଡା ନଜ଼ର ତା ଉପରେ ରହିଥିଲା । ପିପିଲି ରୁ ବିଜୟ କୁମାର ମହାପାତ୍ରଙ୍କ ରିପୋର୍ଟ,୫/୧୨/୨୦୨୨---୮,୩୫ Sakhigopal News,5/12/2022