ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସଡାଙ୍ଗୋଇ ଗ୍ରାମ ରେ ମହିଳା ଗୋଷ୍ଠୀ ମାନଙ୍କୁ ନେଇ ଏକ ମେଳା ଅନୁଷ୍ଠିତ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଚାଇଁପୁର ପଞ୍ଚାୟତ ସଡାଙ୍ଗୋଇ ଗ୍ରାମରେ ରବିବାର ଦିନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ମେଳା ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ବ୍ଯବସାୟିକ ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ପତିତପାବନ ପରିଡା ଙ୍କ ତତ୍ୱାବଧାନରେ ଏହି ମେଳା କରାଯାଇଥିଲା । ଏଥିରେ ମୁଖ୍ୟ ପରିଚାଳକ ହେମନ୍ତ ସାହା ଓ ଭାରତୀପୁର ଶାଖା ପରିଚାଳକ ଶ୍ରୀ ଶଙ୍କର୍ଷଣ ଦାଶ ଯୋଗ ଦେଇଥିଲେ। ମା ଓ ମହିଳା ମାନଙ୍କର ସଶକ୍ତିକରଣ ,ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ,ଅଟଳ ପେନସନ ଯୋଜନା ବିଷୟରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ଆଞ୍ଚଳିକ ବ୍ଯବସାୟିକ ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ପତିତପାବନ ପରିଡା ଙ୍କ ବିଶେଷ ତତ୍ୱାବଧାନ ,ଆନ୍ତରିକ ଇଛା, ଉଦ୍ୟମ ଚେଷ୍ଟା ,ଅବିରତ ନିଷ୍ଠା ଯୋଗୁ ଏମିତି ବ୍ୟାଙ୍କ ମାଧ୍ୟମରେ ମେଳା କରାଯାଉଅଛି ବୋଲି ଭାରତୀପୁର ଶାଖା ପରିଚାଳକ କହିଥିଲେ । ଏଥି ସହିତ ଆଜିର ସଂଚୟ ଯେ କାଲି ର ଭବିଷ୍ୟତ ସେମିତି ଆଜିର ଛୋଟ ଛୋଟ ସଂଚୟ ହିଁ ଜୀବନ କୁ ସରସ ସୁନ୍ଦର କରି ପାରିବ ବୋଲି ଶ୍ରୀ ଦାଶ କହିଥିଲେ । ଏହି ମେଳାରେ ୨୦ ଟି ଏସ ଏଚ ଜି ଗୃଫୁ ର ପ୍ରାୟ ୨୦୦ ରୁ ଅଧିକ ମା ଓ ମହିଳା ଙ୍କ ସମେତ ବ୍ୟାଙ୍କ ମିତ୍ର ଯୋଗ ଦେଇଥିଲେ । ଗାଁ ମେଳା ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିବା ହେତୁ ସମସ୍ତଙ୍କ ତରଫରୁ ଶ୍ରୀ ପତିତପାବନ ପରିଡା ଙ୍କୁ ସୂବେଛା ର ବାର୍ତ୍ତା ଜ୍ଞପନ କରାଯାଇଥିଲା।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୧୨/୨୦୨୨---୮,୧୦ Sakhigopal News,5/12/2022