Breaking News

ଗଠିତ ହେଲା ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚ; ଭିନ୍ନକ୍ଷମଙ୍କ ଅଧିକାର ଓ ସୁରକ୍ଷା ପାଇଁ ଏକାଠି ହେଲେ ଭିନ୍ନକ୍ଷମ ଓ ସକ୍ଷମ




ପୁରୀ----ନିକଟରେ ପାଳିତ ହୋଇଯାଇଛି ଅନ୍ତରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ।ଏହି ଅବସରରେ ପୁରୀ ଜିଲ୍ଲାର ଭିନ୍ନକ୍ଷମ ସହିତ ଅନେକ ସକ୍ଷମ ବ୍ୟକ୍ତି  ଏକାଠି ହୋଇ ଗଠନ କରିଛନ୍ତି ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚ।ଏହାର ପ୍ରଥମ କାର୍ଯ କାରିଣୀ ବୈଠକ ରେ ପୁରୀ ମ୍ୟୁନିପାଲିଟି ସହିତ ୧୧ ଟି ବ୍ଲକ ର ପ୍ରତିନିଧି ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ଆଲୋଚନା କରିଥିଲେ। ସାମାଜିକ କର୍ମୀ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ରେ ସଂଗଠନ ର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ସଂଗଠନ ର ଆବାହକ ଅଧ୍ୟକ୍ଷ ଭାବରେ ସିଦ୍ଧାର୍ଥ ରାୟଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି ।  ବିଶିଷ୍ଟ ବ୍ୟଙ୍ଗ ସାହିତିକ ରତ୍ନାକର ବେହେରାଙ୍କୁ ଉପାଧ୍ୟକ୍ଷ ତଥା ପ୍ରବକ୍ତା ଗଜଲକ୍ଷ୍ମୀ ରାଏଙ୍କୁ ସଂଗଠନ ସମ୍ପାଦିକା, ରାଜକିଶୋର ପାତ୍ର ଙ୍କୁ ସହ ସମ୍ପାଦକ, ଅଞ୍ଜଳି କୁମାରୀ ନାୟକ ଙ୍କୁ କୋଷାଧ୍ୟକ୍ଷ, କମଳକାନ୍ତ ସାହୁ ଙ୍କୁ ସହ କୋଷାଧ୍ୟକ୍ଷ ଏବଂ ଆଇନଜୀବୀ ଅଶୋକ ଦାସ ଏବଂ ସଂଗ୍ରାମ କେଶରୀ ଦାସ ଙ୍କୁ ଲିଗାଲ ସେଲ୍ ଆଡଭାଇଯର ଭାବେ ବଛା ଯାଇଛି। ମିଡିଆ ସେଲ ସଂଚାଳକ ଭାବେ ସତ୍ୟନାରାୟଣ ସାହୁ। ସେହିପରି କ୍ଷେତ୍ର ସଂଚାଳକ ଭାବେ କମଳ କୁମାର ଦାସ, ନିର୍ମଳ କୁମାର ପ୍ରଧାନ, ପୁଷ୍ପଲତା ପ୍ରଧାନ ଏବଂ ବିଚିତ୍ରା ରାଉତରାୟ ଙ୍କୁ ମନୋନୀତ କରାଯାଇଛି। ଏହାସହିତ ପ୍ରଶାନ୍ତ କୁମାର ନାୟକ, ବିସ୍ମୟ ମିଶ୍ର, କୃଷ୍ଣ ଚନ୍ଦ୍ର ସାହୁ ଙ୍କୁ  ପୁରୀ ନଗର କମିଟି ସଂଚାଳକ ଭାବେ ମନୋନୀତ କରାଯାଇଛି। ଗୋପ ବ୍ଲକ ସଂଚାଳକ ନିର୍ମଳ କୁମାର ପ୍ରଧାନ, ବ୍ରହ୍ମଗିରି ବ୍ଲକ ସଂଚାଳକ ଗୁଣ୍ଡିଚା ଷଣ୍ଢ, କୃଷ୍ଣପ୍ରସାଦ ବ୍ଳକ୍ ସଂଚାଳକ ଧର୍ମପ୍ରସାଦ ଦାସ, ବ୍ଲକ ସଂଚାଳକ ଭାବେ ଅସ୍ତରଙ୍ଗ ବ୍ଲକ ର ଭ୍ରମରବର ରାଉତ, ସତ୍ୟବାଦୀ ର ସଂଚାଳକ ପ୍ରଦୀପ କୁମାର ଦାସ, କାକଟପୁର ସଂଚାଳକ ଅକ୍ଷୟ କୁମାର ସ୍ବାଇଁ, ନିମାପଡ଼ା ର ସଂଚାଳକ ଦିବାକର ନାୟକ ପ୍ରମୁଖଙ୍କ ବ୍ଳକ୍ ସଂଚାଳକ  ଭାବରେ ମନୋନୀତ କରାଯାଇଛି। ସଂଗଠନର ମୂଳ ଲକ୍ଷ୍ୟ ପୁରୀ ଜିଲ୍ଲାର ଦିବ୍ୟାଂଗ ମାନଙ୍କୁ ଗୋଟିଏ ଛତା ତଳକୁ ଆଣି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ,ସରକାରୀ ସାହାଯ୍ୟକୁ ସହଜରେ ସେମାନଙ୍କ ନିକଟରେ  ପହଞ୍ଚାଇବା ଏବଂ ସେମାନଙ୍କ ଅଧିକାର ପାଇଁ advocacy କରିବା ସହିତ ,ଭିନ୍ନକ୍ଷମ ଓ ସକ୍ଷମ ମାନଙ୍କ ମଧ୍ୟରେ ପାତର ଅନ୍ତର ନ ରଖି ଏକ ମିଳିତ ସମାଜ ଗଠନ କରିବା ଏହି ଅନୁଷ୍ଠାନ ମୂଳଲକ୍ଷ୍ୟ ବୋଲି ଅନୁଷ୍ଠାନର  ପ୍ରବକ୍ତା ଶ୍ରୀ ରତ୍ନାକର ବେହେରା ଜଣାଇ ଛନ୍ତି। ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୧୨/୨୦୨୨----୮,୪୫ Sakhigopal News,5/12/2022

Blog Archive

Popular Posts