ବାଙ୍କୀ ତାଲୁକ ଆଇନସେବା କମିଟି ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳିତ
ବାଙ୍କୀ----- ଆଜି ବାଙ୍କୀ ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ଶିମିଳିପୁର ହରିରାଜପୁର ଆଞ୍ଚଳିକ ବିଦ୍ୟାପୀଠ ଠାରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବାଙ୍କୀ ତାଲକୁ ଆଇନ ସେବା କମିଟି ସଭାପତି ତଥା ସିନିୟର ଡିିଭିଜନ୍ ସିଭିଲ ଜଜ୍ ନବନୀତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବର୍ତ୍ତମାନ ସମୟରେ ଭିନ୍ନକ୍ଷମମାନେ ଅଲୋଡା ନୁହଁନ୍ତି ଏବଂ ସେମାନେ ନିଜର ପାରଦର୍ଶିତା ବଳରେ ବିଭିନ୍ନ ସ୍ତରରେ ଶୀର୍ଷ ସ୍ଥାନକୁ ଯାଇ ନିଜର ପ୍ରତିଷ୍ଠା କରିଛନ୍ତି ବୋଲି ତାଲୁକ ଆଇନ ସେବାକମିଟି ଅଧ୍ୟକ୍ଷା ପ୍ରକାଶ କରିଥିଲେ । ଭିନ୍ନକ୍ଷମମାନଙ୍କ ପାଇଁ ବିିିଭିନ୍ନ ପ୍ରକାର ଆଇନ ପ୍ରଚଳନ କରାଯାଇ ସେମାନଙ୍କୁ ବିଭିନ୍ନ ପ୍ରକର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନାଜର ପ୍ରଶାନ୍ତ କୁମାର ବେହେରା ପରିଚାଳନା କରିଥିବା ବେଳେ କର୍ମଚାରୀ ଶ୍ରୀନିବାସ ସ୍ୱାଇଁ , ହରେକୃଷ୍ଣ ମୁର୍ମୁ, ସୁକାନ୍ତ ହାତୀ ପ୍ରଭୃତି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ଛାତ୍ରଛାତ୍ରୀମାନମାନେ ଯୋଗଦେଇଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୨---୧୨,୪୦ Sakhigopal News,4/12/2022