Breaking News

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟର ଲିଷ୍ଟ ସଂଶୋଧନ ନିମନ୍ତେ ସଚେତନତା



ବାଙ୍କୀ---- ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସନ୍ତା ସାଧାରଣ ନିର୍ବାଚନରେ ୧୮ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କର ନାମ କିପରି ଭୋଟର ତାଲିକାରେ ସଂଯୋଗୀ କରଣ ଓ ଆଧାର କାର୍ଡ ସଂଶୋଧନ  ହୋଇ ପାରିବ ସେ ସଂପର୍କରେ ବିଭିନ୍ନ ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ରଞ୍ଜନ  କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ବାଙ୍କୀ ନଗର କଂଗ୍ରେସ ସଭାପତି କାଶିନାଥ ମହାପାତ୍ର, ଡମପଡ଼ା ବ୍ଲକ କଂଗ୍ରେସ ସଭାପତି ଅସୀତ୍ ବରଣ ପଟ୍ଟନାୟକ, ବାଙ୍କୀ ବ୍ଲକ କଂଗ୍ରେସ ସଭାପତି ନରେଶ ଚନ୍ଦ୍ର ସାହୁ, ଦେବେନ୍ଦ୍ର ପ୍ରଧାନ ସଂପାଦକ ବାଙ୍କୀ ବ୍ଲକ କଂଗ୍ରେସ, ନଗର ବିଜେପି ସଭାପତି ପ୍ରଣବ କିଶୋର ମହାପାତ୍ର, ବାଙ୍କୀ ନଗର ବିଜେଡି ସଭାପତି ଆଇନଜୀବୀ ହରେକୃଷ୍ଣ ଦାଶ, ବାଙ୍କୀ ବ୍ଲକ ବିଜେଡି ସଭାପତି ଅନନ୍ତ ଦାଶ, ବାଙ୍କୀ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର , ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ର୍ରହଣ କରିଥିଲେ । ନୂତନ ଭୋଟରମାନେ ଭୋଟର ହେଲ୍ପଲାଇନ୍ ଆପ୍ ମାଧ୍ୟମରେ ନିଜର ନାମ ପଞ୍ଜିକରଣ କରିବା ସହିତ ଠିକଣା ମଧ୍ୟ ପରିବର୍ତ୍ତନ କରିପାରିବେ । ଏହା ସହିତ ଆଧାରକାର୍ଡ ଭୋଟର ଲିଷ୍ଟରେ ମଧ୍ୟ ସଂଯୋଗୀକରଣ ହୋଇପାରିବ । ଏଥିପାଇଁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଭିିନ୍ନ ଦଳ ପକ୍ଷରୁ ବୁଥ୍ ସ୍ତରୀୟ ଏଜେଣ୍ଟ୍ ନିଯୁକ୍ତ କରାଯାଇ ସଂକ୍ଷୀପ୍ତ ଭୋଟର ଲିଷ୍ଟ୍ ସଂଶୋଧନ କାର୍ଯ୍ୟରେ ସହାୟତା ଦେବାପାଇଁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଜୟନ୍ତୀ ରାଉତ ପରିଚାଳନା କରିଥିଲେ । କଲେଜ ସ୍ତରରେ କିପରି ଛାତ୍ରଛାତ୍ରୀମାନଙ୍କର ନାମ ଭୋଟର ଲିଷ୍ଟରେ ସଂଯୋଗ କରାଯାଇ ପାରିବ ସେ ସଂପର୍କରେ କଲେଜ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ସଫଳ ରୂପାୟନ ହୋଇପରିଛି ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା ପ୍ରକାଶ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୨---୧୨,୨୫ Sakhigopal News ,4/12/2022

Blog Archive

Popular Posts