ମନରେଗା ଯୋଜନା କୁ ପଦାଘାତ , ଜନତାଙ୍କ ଅର୍ଥ ଆତ୍ମସାତ
ବାଙ୍କୀ----- ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତରେ ସରକାରଙ୍କ ମନରେଗା ଯୋଜନା ଅନ୍ତର୍ଭୁକ୍ତ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଯେଉଁ କାର୍ଯ୍ୟର ନାମ ଓସ୍ତିଆ ମାଛକଟି ରୋଡ ନବୀକରଣ ବୋଲି ସରକାରୀ ସ୍ତରରେ ରଖାଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ମନରେଗା ଯୋଜନା ଦ୍ବାରା ଗରିବ ଦିନ ମଜୁରିଆ ମାନଙ୍କୁ ଦୈନିକ ଟ ୨୨୨.୦୦ ମଜୁରୀ ହିସାବରେ କାର୍ଯ୍ୟ ଦିଆଯିବ ।ଯାହା ଦ୍ୱାରା ସେମାନଙ୍କର ପରିବାର ପ୍ରତିପୋଷଣ ହୋଇ ପାରିବ । କିନ୍ତୁ ଓସ୍ତିଆ ଗ୍ରାମରେ ଚାଲୁଥିବା ଓସ୍ତିଆ ମାଛକଟି ରୋଡ ନବୀକରଣ କାର୍ଯ୍ୟ ଟ୍ରାକ୍ଟର ଏବଂ ମେସିନ ଦ୍ୱାରା କରାଯାଉଛି । ଯାହାଦ୍ବାରା ଦିନ ମଜୁରିଆ ମାନଙ୍କ ହକ କୁ ଛଡାଇ ନିଆ ଯିବା ସହିତ ଓସ୍ତିଆ ପଞ୍ଚାୟତ ର ଜନସାଧାରଣଙ୍କ ଅର୍ଥକୁ ଆତ୍ମସାତ କରାଯାଉଛି । ରାସ୍ତାରେ ପକାଯାଉଥିବା ନାଲି ମୋରମ କୁ ମଧ୍ୟ ବେଆଇନ ଭାବରେ ଉଠାଜାଉଛି। ସଦର RI ଓ ତହସିଲଦାର ମହାଶୟ ଦୁଇଟି ଗାଡ଼ି ଜବତ କରିଥିବାସୂଚନା ପାଇ ଆମ୍ଭେ ଉକ୍ତ ସ୍ଥାନରେ ପହଁଚିଲା ବେଳକୁ ତହସିଲଦାର ଲାଞ୍ଚ ନେଇ ଗାଡ଼ିକୁ ଛାଡ଼ିଦେଇ ଥିବାର ସୂଚନା ଜଣସାଧାରଣ ଦେଇଛନ୍ତି । ଏଭଳି ହରିଲୁଟ କୁ ଓସ୍ତିଆ ଗ୍ରାମବାସୀ ମାନେ କିଭଳି ପ୍ରଶୟ ଦେଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ବିଜେଡି ଶାସନରେ ଏଭଳି ଚୋରି , ତସ୍କରି ଓ ହରିଲୁଟ କେତେଦିନ ଚାଲିବ ଆଗାମୀ ଦିନରେ ଜନତା ଦେବେ ଏହାର ଜବାବ ବୋଲି ଲୋକମାନେ କହନ୍ତି। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୨---୨,୨୫ Sakhigopal News,4/12/2022