ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର
ବାଙ୍କୀ--- ଡମପଡ଼ା ବ୍ଲକର ଲେବୁଲ୍ ୫ ସହକାରୀ ଶିକ୍ଷକମାନେ ଏକତ୍ରିତ ହୋଇ ଡମପଡ଼ା ବ୍ଲକ ଶିକ୍ଷାଅଧିକାରୀ ନରେନ୍ଦ୍ର କୁମାର ବେହେରାଙ୍କ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ସରକାର ଗଣଶିକ୍ଷକମାନଙ୍କୁ ଲେବୁଲ୍ ୫ କ୍ୟାଡର ଭାବରେ ନିୟମିତ କରିଥିବା ବେଳେ ସେଥିମଧ୍ୟରୁ ୩ହଜାର ଗଣ ଶିକ୍ଷକ ସମସ୍ତ ଯୋଗ୍ୟତା ଥାଇ ନିୟମିତ ଶିକ୍ଷକରୁ ବଞ୍ଚିତ ହୋଇଛନ୍ତି । ବଞ୍ଚିତ ଗଣଶିକ୍ଷକମାନଙ୍କୁ ନିୟମିତ କରିବା ସହ ଲେବୁଲ୍ ୫କ୍ୟାଡର ଶିକ୍ଷକ ମାନଙ୍କୁ ଏକ୍ସ କ୍ୟାଡର ଉଚ୍ଛେଦ କରି ଟ୍ରେଜେରୀ ମାଧ୍ୟମରେ ଦରମା ଦିଆଯାଉ । ଅବସରପ୍ରାପ୍ତ ମୃତ ଏକ୍ସ କ୍ୟାଡର ଶିକ୍ଷକଙ୍କୁ ଗ୍ରାଚୁରିଟି ଏବଂ ଅନ୍ୟାନ୍ୟ ସୁବିଧାପତ୍ର ଦେବାପାଇଁ ଅନୁରୋଧ କରାଯାଇଛି । ଏକ୍ସ କ୍ୟାଡର ଶିକ୍ଷକମାନଙ୍କୁ ସମଗ୍ର ଶିକ୍ଷା ଅଭିଯାନରେ କରାଯାଇଥିବା ଡେପୁଟେସନକୁ ବାତିଲ୍ କରି ଏକ୍ସ କ୍ୟାଡର ବ୍ୟବସ୍ଥା ଉଚ୍ଛେଦ ସହ ତା.୦୧.୦୩.୨୦୧୭ରୁ କ୍ୟାଡର ଭୁକ୍ତ କରାଯାଉ । ଏଥିରେ ସଭାପତି ଡମ୍ବୁର ଧର ବସ୍ତି, ସମ୍ପାଦକ ପରମାନନ୍ଦ ପିରୋଇ, କାର୍ଯ୍ୟକାରୀ ସଭାପତି ବଙ୍କିମ ଚନ୍ଦ୍ର ନାୟକ , ସଭ୍ୟ ମାନସ କୁମାର ମଲ୍ଲୀକ, ଗିରିଜା ଘସିନି ଦାସ, ନବକିଶୋର ସାହୁ, ମିନତୀ ସାହୁ, ଜଗନ୍ନାଥ ପ୍ରସାଦ, ତରଣୀସେନ ସାମଲ, ଦାମୋଦର ସାହୁ ପ୍ରଭୃତି ବହୁ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି ଏହି ଦାବିପତ୍ର ପ୍ରଦାନ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୨---୨,୧୫ Sakhigopal News,4/12/2022