Breaking News

କୃଷ୍ଣପଲି ପାଟଣା ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟିତ

 

 -   କଟକ----ଦୀର୍ଘ ଦଶନ୍ଧି ହେବ କୃଷ୍ଣପଲୀ ସେବା ସମବାୟ ସମିତି ଭଡା ଘରେ ପରିଚାଳିତ ହୋଇ ଆସୁଥିଲା । ବର୍ତମାନ ୧୨ଲକ୍ଷ୍ ଟଙ୍କା ବ୍ୟୟରେ ଏକ ନୂତନ ଗୃହ ନିର୍ମାଣ କରାଯାଇଛି।ସମବାୟ ସମିତିର ନୂତନ ଗୃହକୁ ପ୍ରାକ୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ  ସୋମବାର ଦିନ ଉଦଘାଟନ କରିଛନ୍ତି । ଉକ୍ତ ଆୟୋଜିତ ଉତ୍ସବରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢି ଅଧ୍ୟକ୍ଷତା କରିଥବାବେଳେ କଟକ ସମବାୟ ଡିଭିଜନ ଉପନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ବାଙ୍କୀ କେନ୍ଦ୍ର ସମବାୟ ସମ୍ପାଦକ ଅଭୟ ଲେଙ୍କା , ବାଙ୍କୀ ମନ୍ଦଳସମବାୟ ସମିତି ସହକାରୀ ନିବନ୍ଧକ ଜ୍ୟୋତି ରଞ୍ଜନ ସେଠୀ , ୩୪ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ସାହୁ , କଳା ପଥର ସମିତି ସଭ୍ୟା ଝରଣା ରଣା , କଳା ପଥର ସରପଞ୍ଚ କମଳା ସ୍ୱାଇଁ , କୃଶ୍ଣପଲି ପାଟଣା ସମବାୟ ସମିତି ସଭାପତି ତ୍ରିନାଥ ବିଶ୍ଵାଳ , ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଭ୍ୟା ଅଶାନ୍ତି ବେହେରା , କୃଷ୍ଣ ପଲି ପାଟଣା ଗ୍ରାମ୍ୟ କମିଟି ଉପଦେଷ୍ଟା ମକର ଘଡେ଼ଇ , ସଭାପତି ଲକ୍ଷ୍ମଣ ସୁବୁଦ୍ଧି , ପୂର୍ବତନ ସଭାପତି ବାସୁଦେବ ସୁବୁଦ୍ଧି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ ଅଞ୍ଚଳର ଶୁଭ୍ର ଜ୍ୟୋତି ବେହେରା ଓଡ଼ିଶା ପ୍ରଶାସନିକ ସେବା (ଓ ଏ ଏସ ) ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ଏବଂ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ନିର୍ଦେଶିକା ଅଶାନ୍ତି ବେହେରା ଙ୍କୁ ପ୍ରାକ୍ତନ ବିଧାୟକ ଶ୍ରୀ ତ୍ରିପାଠୀ ସମ୍ବର୍ଦ୍ଧିତ କରିଥିଲେ । ସମିତି ସମ୍ପାଦକ ଦେବୀ ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସଭାପତି ତ୍ରିନାଥ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମିତି କର୍ମଚାରୀ ରାମ ଚନ୍ଦ୍ର ମହାପାତ୍ର ସହଯୋଗ କରିଥିଲେ । ଉକ୍ତ ସଭାରେ ଅନେକ ଜନସମାଗମ ହେବା ସହିତ ମା ମାଉସୀ ମାନେ ହୁଳହୁଳି ଶବ୍ଦରେ ସମସ୍ତଙ୍କୁ ଉତ୍ସାହିତ ଭାବରେ  ସମ୍ବର୍ଦ୍ଧନା ଜଣାଇଥିଲେ ।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୬/୧୨/୨୦୨୨----୮,୫୦ Sakhigopal News ,6/12/2022

Blog Archive

Popular Posts