ମହାମହିମ ଙ୍କ ସ୍ମୃତିରେ ବୃକ୍ଷରୋପଣ
ଡେଲାଙ୍ଗ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦୁଇଦିନିଆ ଓଡିଶା ଗ୍ରସ୍ତ ଅବସରରେ ସାରା ଓଡ଼ିଶା ଉତ୍ସବ ମୁଖରିତ ହୋଇଛି । ଏହି ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ମହାମହିମ ଙ୍କ ଓଡିଶାଗ୍ରସ୍ତ କୁ ମନେରଖିବା ପାଇଁ ବୋଳକଣା ଗ୍ରାମ ଐଶାନ୍ୟାଶ୍ୱର ଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ଅଁଳା, ତୁଳସୀ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ପାଢ଼ୀ "ଗଛ ଲଗାଇବା ଜାତି କି ଜାତି 'କବିତା ପାଠ କରିବା ସହ ତୁଳସୀ ଓ ଅଁଳା ବୃକ୍ଷର ଶାସ୍ତ୍ରୀୟ ଉପାଦେୟତା ତଥା ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ କବିତା ପାଢ଼ୀ, ପ୍ରକାଶ ପାଢ଼ୀ, ସଞ୍ଜୟ ପଣ୍ଡା, ଅଶୋକ ପ୍ରଧାନ, ରାଜକିଶୋର ମନୋହାରି, ସୋମନାଥ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୧୧/୨୦୨୨---୭,୧୦ Sakhigopal News,11/11/2022