ସୂର୍ଯ୍ୟମଣି ଜନତା ହାଇସ୍କୁଲରେ ଶିଶୁ ଦିବସ ପାଳିତ
ବରଗଡ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସୂର୍ଯ୍ୟମଣି ଜନତା ହାଇସ୍କୁଲରେ ଶ୍ରୀ ବନମାଳୀ ଦାସ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଶିଶୁ ଉତ୍ସବ 2022 ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥିଭାବେ ହେମବତୀ ମେହେର, ଏବିଇଓ, ଭେଡେନ, ସମ୍ବାନିତ ଅତିଥିଭାବେ ଶ୍ରୀ ଶିବଲାଲ ମେହେର ଓ ଶ୍ରୀ ନରେନ୍ଦ୍ର ସେଟ, ଏବିଇଓ, ଶ୍ରୀଯୁକ୍ତ କ୍ଷିତେସ୍ବର ବେହେରା, ସିଆରସିସି, ଶ୍ରୀଯୁକ୍ତ ରୁଦ୍ର ପ୍ରତାପ ସାହୁ, ପ୍ରଧାନ ଶିକ୍ଷକ, ନିତ୍ୟାନନ୍ଦ ମେହେର, ପୂର୍ବତନ ଏସ ଏମ ସି ଅଧ୍ୟକ୍ଷ ଓ ଶ୍ରୀଯୁକ୍ତ ଗୁରୁଚରଣ ମେହେର, ଏସ ଏମ ସି ଅଧ୍ୟକ୍ଷ ଯୋଗ ଦେଇଥିଲେ । ଶିଶୁ ଉତ୍ସବ ଉପଲକ୍ଷେ ଷୋହଳଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
କୃତି ପ୍ରତିଯୋଗୀ ମାନଙ୍କୁ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ମଛିନ୍ଦ୍ର ମଲ୍ଲିକ, ବି ଇ ଓ, ଭେଡେନ ପୁରସ୍କାର ବିତରଣ କରିଥିଲେ । ସମ୍ବାନିତ ଅତିଥି ଭାବେ ହେମବତୀ ମେହେର, ନରେନ୍ଦ୍ର ସେଠ ଓ ଶିବଲାଲ ମେହେର, ଏ ବି ଇ ଓ, ଭେଡେନ, ରୁଦ୍ରଦେବ ସାହୁ, ପ୍ରଧାନ ଶିକ୍ଷକ, କ୍ଷିତେସ୍ୱର ବେହେରା ଓ ଦିଲୀପ କର୍ମୀ, ସି ଆର ସି ସି, ଭେଡେନ ଓ ଗୁରୁପାଲି, ଓ ଗୁରୁଚରଣ ମେହେର, ଅଧ୍ୟକ୍ଷ, ଏସ ଏମ ସି ଯୋଗ ଦେଇଥିଲେ । ଶ୍ରୀଯୁକ୍ତ କଲରାଜେନ୍ଦ୍ର ସାହୁ ପି ଇ ଟି ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ପରିଶେଷରେ କ୍ରୀଡା ଶିକ୍ଷୟତ୍ରୀ ଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।