Breaking News

ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ



 ସାକ୍ଷୀଗୋପାଳ ----  ୧୯୬୨ମସିହାରେ ସ୍ଥାପିତ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ରାୟଚକ୍ରଧରପୁର ଉଚ୍ଚ ବିଦ୍ୟାଳୟର ଏକ ଆଲୁମିନି ବୈଠକ ବିଦ୍ୟାଳୟ ପ୍ରାଙ୍ଗଣରେ ପୂର୍ବତନ ଛାତ୍ର ସତ୍ୟବାଦୀ ଦାଶଙ୍କ ଆବାହନ କ୍ରମେ ଏବଂ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଯୋଗ ଦେଇ ବିଦ୍ୟାଳୟ ଜୀବନର ସ୍ମରଣୀୟ ଘଟଣାବଳି ଗୁଡ଼ିକୁ ମନେପକାଇ ଭାବବିହ୍ବଳ ହୋଇଯାଇ ଥିଲେ। ସେତେବେଳର ଛାତ୍ର ଓ ଶିକ୍ଷକ ମାନଙ୍କର ସମ୍ପର୍କ ଅବିସ୍ମରଣୀୟ ବୋଲି ବର୍ଣ୍ଣନା କରିଥିଲେ। ଉକ୍ତ ବୈଠକରେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ରଙ୍କୁ ଉପଦେଷ୍ଟା, ଚକ୍ରଧର ମହାପାତ୍ରଙ୍କୁ ବିଦ୍ୟାଳୟ ଆଲୁମିନି ପ୍ରତିନିଧି, ହୀରକ ଜୟନ୍ତୀ ପାଇଁ ସଭାପତି ଭାବେ ନିରୋଦ କୁମାର ମିଶ୍ର, ଉପସଭାପତି- ପ୍ରମୋଦ କୁମାର ମିଶ୍ର, ସମ୍ପାଦକ - ସତ୍ୟବାଦୀ ଦାଶ, ସହ ସଂପାଦକ - ସାଗର ଗୁରୁ, କୋଷାଧ୍ୟକ୍ଷ - କୃଷ୍ଣ ଚନ୍ଦ୍ର ମିଶ୍ର, ଯୁବ ପ୍ରତିନିଧି - ପ୍ରତାପ କୁମାର ରଥଙ୍କୁ ସର୍ଵ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଦେଇ ସମସ୍ତ ପ୍ରକାର ସହଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ। କମଳା କାନ୍ତ ମିଶ୍ର ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସେମାନଙ୍କର ସାଧୁ ଉଦ୍ୟମ ପାଇଁ ଧନ୍ୟ ବାଦ ଅର୍ପଣ କରିଥିଲେ। ପରବର୍ତ୍ତୀ ବୈଠକ ଆସନ୍ତା ଡ଼ିସେମ୍ବର ମାସ ଦ୍ଵିତୀୟ ଶନିବାର ୧୦ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୧୧/୨୦୨୨----୬,୩୫ Sakhigopal News,14/11/2022

Blog Archive

Popular Posts