Breaking News

ସତ୍ୟବାଦୀ ହାଇସ୍କୁଲରେ ଶିଶୁ ଦିବସ ପାଳନ ଓ ଶିଶୁ ସୁରକ୍ଷା ଆଇନ ସମ୍ପର୍କରେ ସଚେତନତା

 


ସାକ୍ଷୀଗୋପାଳ----- ସତ୍ୟବାଦୀ ହାଇସ୍କୁଲରେ ଶିଶୁ ଦିବସ ପାଳନ ସହିତ ଶିଶୁ ସୁରକ୍ଷା ଆଇନ ସମ୍ପର୍କେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଆଇନ ସେବା ପ୍ରାଧିକରଣ ପୁରୀଙ୍କ ପକ୍ଷରୁ ଏହି ସଚେତନତା ସଭାର ଆୟୋଜନ କରାଯାଇଥିଲା । ଆଇନସେବା ପ୍ରାଧିକରଣର ସଚ୍ଚିବ ଦେବାଶିଷ ଦାଶ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ପାଇଁ ଥିବା ଆଇନ ସମ୍ପର୍କେ ମତ ରଥିଥିଲେ । ଶିଶୁ ଚାଲଣ, ଶିଶୁ ନିର୍ଯ୍ୟାତନା, ଶିଶୁ ମାନଙ୍କର ମୌଳିକ ଅଧିକାରରେ ବାଧା ସୃଷ୍ଟି କରିବା, ବାଲ୍ୟ ବିବାହ ଆଦି ସମ୍ପର୍କେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ସେହିପରି ପଞ୍ଚସଖାଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ପାରିଲେ ନିଶ୍ଚୟ ସଫଳତା ଲାଭ କରିପାରିବ ବୋଲି ସଚ୍ଚିବ ଶୀ ଦାଶ କହିଥିଲେ । ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ଆଲୁମିନା କମିଟିର ସଭାପତି କିଶୋର ଚନ୍ଦ୍ର ମହାପାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନାତନ ସାହୁ ଉପସ୍ଥିତ ରହତିଥିଲେ ।ଅତିଥି ମାନେ  ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ୱମାଲ୍ୟ ଅର୍ପଣ କରିଥିଲେ । ବିଦ୍ୟାଳୟର ଭାରପାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ସଭାରେ ସଭାପତିତ୍ୱ କରିଥିଲେ ।ବିଦ୍ୟାଳୟର ଏନସିସି ଛାତ୍ର ମାନେ ଅତିଥି ମାନଙ୍କୁ ପ୍ୟାରେଡ କରି ସଭାସ୍ଥଳକୁ ପାଛୋଟି ଆଣିଥିଲେ ।ଏହି ଅବସରରେ ଆଇନ ସେବା ପ୍ରାଧିକରଣ ପୁରୀଙ୍କ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଶିକ୍ଷୟତ୍ରୀ ଦିପାମୁଦ୍ରା ଗୁରୁ କୁଇଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ୧୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରଙ୍କ କଥା ବକ୍ତବ୍ୟ ରଖିଥଲେ । ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ ଅତିଥିପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ଶାରୀରିକ ଶିକ୍ଷକ ସୁଚିତ୍ର ଖଟୋଇ ଶିକ୍ଷୟତ୍ରୀ ତପସ୍ୱନ୍ନୀ ତ୍ରିପାଠୀ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ ଶିକ୍ଷୟତ୍ରୀ ଗୀତାରାଣି ବେହେରା ଧନ୍ୟବାଦ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୧/୨୦୨୨----୭,୧୦    Sakhigopal News, 14/11/2022

Blog Archive

Popular Posts