ସାକ୍ଷୀଗୋପାଳ କଲେଜ ଯୁବ ରେଡକ୍ରସର ଶିଶୁଦିବସ ରେ ନିଆରା କାର୍ଯ୍ୟକ୍ରମ
ସାକ୍ଷୀଗୋପାଳ :- ପବିତ୍ର ଶିଶୁଦିବସ ଅବସରରେ ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଯୁବ ରେଡ଼କ୍ରସର ସ୍ବେଚ୍ଛାସେବୀମାନଙ୍କ ଦ୍ବାରା କିଛି ନିଆରା କାର୍ଯ୍ୟକ୍ରମ କରାଯାଇଥିଲା । ମହାବିଦ୍ୟାଳୟର ପାଠାଗାରରେ ସ୍ବେଚ୍ଛାସେବୀମାନେ ନିଜସ୍ୱ ପାଣ୍ଠିରେ ଏକ ପତ୍ର ପତ୍ରିକା ପଠନ କେନ୍ଦ୍ରର ଆରମ୍ଭ କରିଛନ୍ତି । ଏ କେନ୍ଦ୍ରର ସଭ୍ୟମାନେ ପ୍ରତ୍ୟେକ ମାସକୁ ସ୍ୱଳ୍ପମୂଲ୍ୟ ବିଶିଷ୍ଟ ପନ୍ଦର ଗୋଟି ପତ୍ରିକା ପଠନକେନ୍ଦ୍ରକୁ ଦାନ କରିବେ। ଯାହାକି ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାଙ୍କ ପଠନ ନିମିତ୍ତ ପାଠାଗାରରେ ରହିବ । ଏହି ପତ୍ରପତ୍ରିକ କେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ାଙ୍କ ଦ୍ୱାରା ଉଦଘାଟନ ହୋଇଥିଲା ଓ ଏହି ଅବସରରେ ଅନୁଷ୍ଠାନର ବଡ଼ବାବୁ ଶ୍ରୀଯୁକ୍ତ ରାଜକିଶୋର ପତି ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଯୁବ ରେଡ଼କ୍ରସ ସ୍ବେଚ୍ଛାସେବୀମାନେ ସ୍ଥାନୀୟ ଆଚାର୍ଯ୍ୟ ହରିହର ଶିଶୁ ଭବନ ଭ୍ରମଣ କରି ସେଠାକାର ୧୭ ଜଣ ଅନ୍ତୋଃବାସୀ ଶିଶୁ ଯେଉଁମାନେ ପିତାମାତାଙ୍କ ଦୂରରେ ରହି ଯତ୍ନ ଓ ସୁରକ୍ଷା ଭିତରେ ପାଠପଢୁଛନ୍ତି, ସେମାନଙ୍କ ସହ ମିଶି ସେମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଶିଶୁଭବନର ଛାତ୍ରଛାତ୍ରୀମାନେ ଭାଷଣ ଓ ସଂଗୀତ ପରିବେଷଣ କରି ଉପସ୍ଥିତ ଅତିଥିମାନଙ୍କୁ ଭାବବିହ୍ୱଳ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା, "ଶିଶୁମାନେ ସରଳତା ଓ ଦିବ୍ୟତା ର ପ୍ରତୀକ ଓ ପ୍ରତ୍ୟେକ ମଣିଷ ଶିଶୁ ଅନେକ ସମ୍ଭାବନାର ଅଧିକାରୀ" ବୋଲି ମତ ଦେବା ସହ ପଣ୍ଡିତ ନେହରୁଙ୍କ ଜୀବନୀ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସ ପରାମର୍ଶଦାତା ପ୍ର. ମନୋଜ ପରିଡ଼ା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିଶୁଭବନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ସାକ୍ଷାତକାର ପରସ୍ପରକୁ ନିକଟତର କରିଥିଲା । ପ୍ର. ରତ୍ନାକର ସାହୁ ସେବାସଦନର ସୁପାରିଟେଣ୍ଡେଣ୍ଟ ସୁବ୍ରତ କୁମାର ସ୍ୱାଇଁ, ଅନ୍ୟତମ କର୍ମଚାରୀ ମିନାକ୍ଷୀ ବାରିକ, ଶୁଭ୍ରଜିତା ସୁଭଦର୍ଶିନୀ, ଜ୍ୟୋତିରାଣୀ ମିଶ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମସ୍ତ ଅନ୍ତୋଃବାସୀଙ୍କୁ ଉପହାର ପ୍ରଦାନ ସହ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।
ସମଗ୍ର କାର୍ଯ୍ୟକ୍ରମକୁ ସେବାସଦନର କର୍ମଚାରୀ ଜ୍ୟୋତିରାଣୀ ମିଶ୍ର, ଶାନ୍ତିଲତା ଚୌଧୁରୀ, କବିତା ପାତ୍ର, ଲକ୍ଷ୍ମୀଧର ସାହୁ ଓ କଲେଜ ଯୁବ ରେଡ଼କ୍ରସ ପରାମର୍ଶଦାତା ପ୍ର. ମନୋଜ ପରିଡ଼ା ପରିଚାଳନା କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୧୧/୨୦୨୨---୮,୨୦ Sakhigopal News,15/11/2022