Breaking News

ଖୋର୍ଦ୍ଧା ରୋଡ୍ ଡିଭିଜନାଲ ରେଲୱେ ହସପିଟାଲ ଦ୍ୱାରା “ବିଶ୍ୱ ମଧୁମେହ ଦିବସ” ପାଳିତ



ଜଟଣୀ --ଡିଭିଜନାଲ ରେଲୱେ ହସପିଟାଲ, ଖୋର୍ଦ୍ଧା ରୋଡ୍ ଦ୍ୱାରା  “ବିଶ୍ୱ ମଧୁମେହ ଦିବସ” ପାଳିତ ହୋଇଯାଇଛି। ଯାହାର ବିଷୟ ବସ୍ତୁ ରହି ଥିଲା “ମଧୁମେହ ଶିକ୍ଷା ପାଖରେ ପହଞ୍ଚିବା” ।ଏହି ଦିବସ ପାଳନ ସମୟରେ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ, ଡିଭିଜନାଲ ରେଲୱେ ହସ୍ପିଟାଲର କର୍ମଚାରୀ ଏବଂ ସ୍କାଉଟ୍ ଏବଂ ଗାଇଡ୍ ପିଲାମାନଙ୍କ ଦ୍ୱାରା ରେଲୱେ ହସ୍ପିଟାଲରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ ରାଲି ବାହାରିଥି ଆୟୋଜନ କରାଯାଇଥିଲା, ଯେଉଁଥିରେ ଡାଇବେଟିସ୍ ବିଷୟରେ  ସଚେତନତା ନାଲି ବାହାରିଥିଲା । 
 ଖୋର୍ଦ୍ଧା ରୋଡ୍ ଡିଭିଜନାଲ ରେଲୱେ ହସପିଟାଲ ରେ  ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟ, ପୂର୍ବ ତଟ ରେଳ ମହିଳା କଲ୍ୟାଣ ସଂଗଠନର ସଭାପତି ଶ୍ରୀମତୀ ସୁଭାଲକ୍ଷ୍ମୀ ଜେନା ଙ୍କ ଦ୍ଵାରା ଏକ “ମଧୁମେହ ପ୍ରଦର୍ଶନୀ” ଉଦଘାଟିତ କରିଥିଲେ। ଏହି ପ୍ରଦର୍ଶନୀରେ ଡାଇବେଟିସ୍ ର ବିଭିନ୍ନ କାରଣ ଏବଂ ଡାଇବେଟିସ୍ ରୋକିବା ପାଇଁ ବିଭିନ୍ନ ପଦ୍ଧତି ଉପରେ ପ୍ରଦର୍ଶନ କରାଯାଇଥିଲା ।  ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ଫାର୍ମାସି ବିଭାଗ ସହିତ ମିଳିତ ଭାବରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି ଅବସରରେ ରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ଶ୍ରୀ ଅଶୋକ କୁମାର,  ସମସ୍ତ ଡାକ୍ତର, ସମସ୍ତ ଶାଖା ଅଧିକାରୀ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ର ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ରକ୍ତ ଶର୍କରା , ରକ୍ତ ଚାପ ଏବଂ ବଡି ମାସ ଇଣ୍ଡେକ୍ସ (BMI) ପରୀକ୍ଷା କରିବା ପାଇଁ ଡିଭିଜନାଲ ରେଲୱେ ହସ୍ପିଟାଲରେ ଗୋଟିଏ ଅଲଗା କାଉଣ୍ଟର ଖୋଲାଯାଇଥିଲା । ମଧୁମେହ ଦିବସ ପାଳନ ସମୟରେ ସମସ୍ତଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ଅଧିକାରୀ, କର୍ମଚାରୀ ଏବଂ ଡାକ୍ତରଖାନାରେ ଉପସ୍ଥିତ ରୋଗୀଙ୍କ ପାଇଁ ମଧୁମେହ ଉପରେ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।ଖୋର୍ଦ୍ଧା ରୋଡ୍ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମ୍ଏସ୍), ଡଃ ଏସ୍.ସି.ପ୍ରଧାନ ଙ୍କ ତତ୍ୱାବଧାନ ରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଗୁଡିକ ଖୋର୍ଦ୍ଧା ରୋଡ୍ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ) ଡଃ ପି.କେ.ଦାଶ ଙ୍କ ଦ୍ୱାରା ସଂଯୋଜନା କରାଯାଇଥିଲା ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧୧/୨୦୨୨----୭,୧୫ Sakhigopal News,15/11/2022

Blog Archive

Popular Posts