ସତ୍ୟବାଦୀ ରେ ରାଜ୍ୟ ସ୍ତରୀୟ ପଶାଖେଳ ଉଦଯାପିତ ହୋଇଯାଇଛି
ସାକ୍ଷୀଗୋପାଳ ---- :ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପୁରୁଣାସୋମେଶ୍ୱରପୁର ଗ୍ରାମରେ ଥିବା ଲୋକନାଥ ମଣ୍ଡପ ନିକଟରେ ଦୁଇଦିନ ଧରି ଚାଲିଥାବା ରାଜ୍ୟ ସ୍ତରୀୟ ପଶାଖେଳ ପ୍ରତିଯୋଗିତା ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଗ୍ରାମର ମୂରବୀ ତଥା ପୂର୍ବତନ ସରପଞ୍ଚ ଦିବଂଗତ ବଂଶିଧର ବେହେରା ଓ କୁଞ୍ଜବିହାରୀ ବେହେରାଙ୍କ ସ୍ମାରକୀ ଉପଲକ୍ଷେ ଏହି ପଶା ଖେଳ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ୩୨ଟି ଦଳ ଅଂଶଗ୍ରହଣ କରିଥିଲେ। ନିଖିଳ ଉତ୍କଳ ପଶା ସଙ୍ଗଠନର ସଭାପତି ପ୍ରଫୁଲ୍ଲ କୁମାର ଜେନା ଖେଳ ପରିଚାଳନା କରିଥିଲେ । ଚନ୍ଦ୍ରଶେଖର ବେହେରା, ମଧୁସୂଦନ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ଦୀନବନ୍ଧୁ ବେହେରା ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଆଙ୍କୋଇ ଓ କାତପଡା ରନର୍ସ ଅପ ହୋଇଥିଲେ। ଫାଇନାଲ ରେ ବରପଦା ଓ ନାନକେରା ଚମ୍ପିୟାନସିପ ହୋଇଥିଲେ। ଉଭୟ ଦଳଙ୍କୁ ସଂଘର ସଭାପତି ଚମ୍ପିୟାନ ସିଲ୍ ରନର୍ସ କପ ଦେଇ ସମ୍ମାନିତ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧୧/୨୦୨୨---୮,୧୦ Sakhigopal News,13/11/2022
ସତ୍ୟବାଦୀ ରେ ରାଜ୍ୟ ସ୍ତରୀୟ ପଶାଖେଳ ଉଦଯାପିତ ହୋଇଯାଇଛି
Reviewed by sakhigopal news
on
07:18
Rating: 5
