ପୋଖରୀ ରେ ବିଷ ପକାଇଲେ ଦୁର୍ବୃତ୍ତ , ମାଛ ମରିକି ଭାଷିଲେ; ଥାନରେ ଅଭିଯୋଗ
ଭଞ୍ଜନଗର--ପୋଖରୀରେ ମାଛ ଚାଷ କରିବାକୁ ଦେବୁନାହିଁ । ଗାଁ ଦାଣ୍ଡରେ ଧମକ ଦେଇ କିଛି ଦୁର୍ବୃତ ପୋଖରୀ ରେ ବିଷ ପକାଇ ଦେଲେ । ସକାଳୁ ପୋଖରୀ ରେ ଥିବା ମାଛ ମରି ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଖରୀ ର ପାଣି ବିଷାକ୍ତ ହୋଇଥିବାରୁ ପୋଖରୀ ଉପରେ ନିର୍ଭର କରୁଥିବା ଲୋକେ ଏବେ ଅସୁରକ୍ଷିତ ରହିଛନ୍ତି । ଥ
ଭଂଜନଗର ବ୍ଳକ୍ ଅନ୍ତର୍ଗତ ଦଦରାଲୁଣ୍ଡା ପଞ୍ଚାୟତର ଦୁର୍ଗାପ୍ରସାଦ ଗାଁ ନିକଟ ପୋଖରୀ ରେ ଏଭଳି ଘଟଣା ଘଟିଛି । ସ୍ଥାନୀୟ ସରପଞ୍ଚ ଭଂଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ପ୍ରକାରେ ଗୁରୁବାର ସଂଧ୍ୟାରେ ଦୁର୍ଗାପ୍ରସାଦ ଗାଁ ନିକଟ ଶୁଣ୍ଢିସାହି ପୋଖରୀରେ କିଛି ଲୋକ ଉଦ୍ଦେଶ୍ୟ ମୂଳକ ଭାବେ ବିଷ ପକାଇଛନ୍ତି। ଯାହାକି ପୂର୍ବରୁ ସ୍ଥାନୀୟ ଲୋକେ ଦୈନନ୍ଦିନ ପୋଖରୀ ଉପରେ ନିର୍ଭର କରି ଚଳି ଆସୁଥିଲେ । ଏନେଇ ସ୍ଥାନୀୟ କିଛି ଲୋକଙ୍କ ମୈ।ଖିକ ଅଭିଯୋଗ ପ୍ରକାରେ ଦଦରାଲୁଣ୍ଡା ପଞ୍ଚାୟତର ସରପଞ୍ଚ ନିରଞ୍ଜନ ସେଠୀ ଭଂଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୯/୨୦୨୨----୮,୫୦ Sakhigopal News,9/9/2022