Breaking News

ଅଭିଷେକ ଏବେ ସ୍ନାୟୁ ବିଶେଷଜ୍ଞ ହେବା ପାଇଁ ଇଚ୍ଛା


 ସାକ୍ଷୀଗୋପାଳ-----ସାକ୍ଷୀଗୋପିନାଥ ଦେବ ଙ୍କ ସେବାୟତଙ୍କ ପୁଅ ସ୍ନାୟୁ ବିଶେଷଜ୍ଞ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ ନାମ ହେଉଛି ଅଭିଷେକ ନନ୍ଦ । ପିଲା ଦିନରୁ ଡାକ୍ତର ହେବାକୁ ଇଛା ରହିଥିଲେ ମଧ୍ୟ ଏ କଥା କାହା ଆଗରେ ସେ ପ୍ରକାଶ କରିନଥିଲେ ।କାରଣ ଘରର ପରିସ୍ଥିତିକୁ ସେ ଅନୁଭବ କରି ନିଜ ମନର କଥା ନିଜ ଛାତି ତଳେ ଚାପି ରଖିଥିଲେ । ତାଙ୍କ ବାପା- ଚନ୍ଦ୍ରମଣି ନନ୍ଦ ।ମାତା ମମତା ନନ୍ଦ । ବାପା ଜଣେ  ସାକ୍ଷୀଗୋପିନାଥ ଦେବ ଙ୍କ ସେବାୟତ । ଡାକ୍ତର ପାଠ ପଢିବା ପାଇଁ ବହୁ ଟଙ୍କା ଦରକାର ବାପା ଜାଣିଛନ୍ତି। ଏଣୁ ମାଟ୍ରିକ ପ୍ରଥମ ଶ୍ରେଣୀ ରେ ଭଲ ନମ୍ବର ରଖି ପାସ ହେବା ପରେ ବିଜ୍ଞାନ ପଡ଼ି ପ୍ରଥମ ଶ୍ରେଣୀ ରେ ପାସ କରିବା ପରେ ।ବାପା ଓ ବୋଉ ଙ୍କୁ ମୋର ମନର କଥା କହିବା ପରେ ବାପା, ବୋଉ ମତେ ଡାକ୍ତର ହେବା ପାଇଁ ପ୍ରେରଣା ଯୋଗାଇଥିଲେ । ଯାହାକି ଦିନକୁ ପ୍ରାୟ ୧୨ରୁ ୧୫ ଘଣ୍ଟା ପରିଶ୍ରମ କରୁଥିଲି। ଏଏନଈଈଟି ( ଏଣ୍ଟାନସ) ପରୀକ୍ଷା ପାଇଁ ୫ମାସ ଇଣ୍ଟରନେଟ ମାଧ୍ୟମରେ କୋଚିଙ୍ଗ ନେଉଥିଲେ ବୋଲି ଅଭିଷେକ କହିଛନ୍ତି। ପରୀକ୍ଷା ରେଜଲ୍ଟ ବାହାରି ଯାଇଛି। ଅଭିଷେକ ଅଲଇଣ୍ଡିଆ ରେ ୩୫୯୯ ରାଙ୍କରେ ରହିଛନ୍ତି। ଅଭିଷେକ ନିଶ୍ଚିତ ଯେ ସେ ସରକାରୀ ମେଡିକାଲ କଲେଜରେ ସିଟ ପାଇବେ । ଏହି ଖୁସି ପ୍ରଥମେ ବାପା ବୋଉ ଓ ସାକ୍ଷୀଗୋପିନାଥ ଆର୍ଶିବାଦରୁ ଏ ସଫଳତା ପାଇଛି ବୋଲି ଅଭିଷେକ କହିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୯/୨୦୨୨---୭,୫୫ Sakhigopal News,8/9/2022

Blog Archive

Popular Posts