Breaking News

ଦଳିତଙ୍କୁ ପଞ୍ଚାୟତ ପୋଖରୀ ମନା,ନମାନିଲେ ମାଡ,ଗାଁ ଛାଡ, ସଡାଙ୍ଗୋଇ ରେ ପୋଲିସ୍ ମୁତୟନ


   

 
ଡେଲାଙ୍ଗ--- ଆଜକୁ ଚାରିଦିନ ହେବ ଡେଲାଙ୍ଗ ଥାନା ଅନ୍ତର୍ଗତ ସଡାଙ୍ଗୋଇ ଉତରବାଡ ହରିଜନସାହି ରେ କିଛି ଗୁଣ୍ଡାଶ୍ରେଣିର ଅସାମାଜିକ ଯୁବକଙ୍କ ଦଙ୍ଗା ହଙ୍ଗାମା ଜାରି ରହିଛି ।  ପ୍ରାୟ ଦଶଟି ପରିବାର ଗାଁ ଛାଡି ପଳାଇଥିବା କଥା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏ ସମ୍ବନ୍ଧରେ ହରିରାଜପୁର ଫାଣ୍ଡି ରେ ଝିଲି ବେହେରା ଏତଲା ଦେବାରୁ ରାଗରେ ଯୁବକ ମାନେ ସେମାନଙ୍କ ସାହିରେ ସଶସ୍ତ୍ର ସଦଳେବଳେ ପଶି ଜାତିଆଣ ଆକ୍ଷେପ  କରି ତଥା ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଦଳିତ ପରିବାର ଙ୍କୁ  ଗୋଡାଇ ଗୋଡାଇ ପିଟିଥିଲେ।ଯାହାର ଭିଡିଓ ଏବେ ସୋସିଆଲ୍ ମିଡ଼ିଆ ରେ ଘୁରିବୁଲୁଛି। ସ୍ଥାନୀୟ ପୋଲିସ୍ ର ଟାଳଟୁଳ ନୀତି ଯୋଗୁଁ ଗତକାଲି ସେପ୍ଟେମ୍ବର ସାତତାରିଖରେ ତିରିଶିରୁ ଉର୍ଦ୍ଧ୍ବ ମହିଳା ଡେଲାଙ୍ଗ ଥାନାବାବୁ ଙ୍କୁ  ଘେରିଥିଲେ। ସମସ୍ତେ ଘଟଣାକୁ ବିଚାର କରି ଅନ୍ଯମାନଙ୍କ ସହିତ ମୁଖ୍ଯତଃ ଚାଇଁପୁର ପଞ୍ଚାୟତ ସରପଞ୍ଚ ଙ୍କ  ଦିଅର ଙ୍କ  ସମେତ ସାତ ଜଣଙ୍କ ନାମରେ ଏତଲା ରୁଜ ହୋଇଛି। ଝିଲିବେହେରା ଏତଲା ଦେବାପରେ ଦୁର୍ବୃତ୍ତମାନେ ଏକଜୁଟ ହୋଇ ସେହି ସାହି ର ନବକିଶୋର ବେହେରାଙ୍କୁ ବାଟରେ ଓଗାଳି ଗାଳିଗୁଲଜ କରିଥିଲେ। ଏହି କଥା ଗାଁ ' ଭିତରକୁ ଆସି ସେମାନଙ୍କ ଅଭିଭାବକ ମାନଙ୍କୁ କହୁଥିବା ବେଳେ ସରପଞ୍ଚ ଙ୍କ ଦାଣ୍ଡଦୁଆରେ ନବକିଶୋର ଙ୍କୁ  ନିଧୁମ୍ ପିଟିଲେ।ଯାହାଦ୍ଵାରା ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲି ହସ୍ପିଟାଲ ରୁ କ୍ଯାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।ତାଙ୍କର ଡାହାଣ ହାତ,ମୁଣ୍ଡ ଓ  ଛାତିରେ ଗୁରୁତର ଆଘାତ ଲାଗିଛି । ଘଟଣା ର କାରଣ ହେଲା ପଞ୍ଚାୟତ ପୋଖରୀ ହରିଜନ ଲୋକେ ଚଳିପାରିବେନି ଫତୁଆ ଜାରି ହୋଇଛି ।କଂସାବାସନ ଧୋଇବା ଏବଂ ଲୁଗାଧୋଇବା କଥା କୁ ନେଇ ସରପଞ୍ଚ ଙ୍କ  ଦିଅର ଗୁଣ୍ଡାଦଳଙ୍କ  ସହିତ ପ୍ରଥମେ ଝିଲି ବେହେରା ଙ୍କୁ ବକାବନା କରିଥିଲେ। 1994 ରୁ ଆଜିଯାଏ ଏହିସାହିର ଦଳିତ ପରିବାର କେତେଜଣ ମୁଷ୍ଟିମେୟ ସବର୍ଣ ଲୋକଙ୍କ ଚକ୍ରାନ୍ତ ର ଶିକାର ହୋଇ ପ୍ରାୟ ସାତଥର ଘରଦ୍ବାର ଛାଡି ପଳାନ୍ତି ଓ ପରେ ପୋଲିସ୍ ସହାୟତା ରେ ଘରକୁ ଫେରନ୍ତି। ସ୍ଥାନୀୟ ପୋଲିସ୍ ର କାଳକ୍ଷେପଣ ନୀତି ଅସାମାଜିକ ଯୁବକଙ୍କ ସହିତ ପୋଲିସ୍ ର ମଧୁଚନ୍ଦ୍ରିକା ବୋଲି ସାଧାରଣ ଲୋକେ ପୋଲିସ୍ କୁ ଇଙ୍ଗିତ କରିଛନ୍ତି । ଏବେ ଦୁଇଟି କନେଷ୍ଟବଳ ସେହି ସାହି ରେ ପହରା ଦେଉଛନ୍ତି । ଆସାମୀ ମାନଙ୍କୁ ଗିରଫ କରାନଗଲେ ସେମାନେ ଆହୁରି ଅନ୍ଯକିଛି ଘଟାଇ ପୋଲିସ୍ ର ମୁଣ୍ଡବ୍ଯଥାର କାରଣ ହୋଇପାରନ୍ତି ବୋଲି ଲୋକମାନେ କହନ୍ତି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୯/୨୦୨୨--୮,୧୫ Sakhigopal News,8/9/2022

Blog Archive

Popular Posts