୫ଟି ବିଦ୍ୟାଳୟ ରେ ନାହିଁ ବିଦ୍ୟୁତ୍ ଓ ପାନୀୟ ଜଳ ; ଖେଳ ପଡିଆ ନ କରି ଟଙ୍କା ହଡ଼ପ ପାଇଁ ଚାଲିଛି ମସୁଧା
ନୟାଗଡ----- ସରକାରୀ ଉଚ୍ଚ ବିଦ୍ୟାଳୟ ର ଉନ୍ନତି କରଣ ଓ ଭିତ୍ତି ଭୂମି ର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ୫ଟି ବିଭାଗ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି । ଦଶପଲ୍ଲା ବ୍ଲକ ର ସତର ଟି ସରକାରୀ ଉଚ୍ଚବିଦ୍ୟାଳୟ ୫ଟି ସାମିଲ ହୋଇଛି । ଦଶପଲ୍ଲା ବ୍ଲକ ଦୁଡ଼ା ପଞ୍ଚାୟତ ରେ ନୂତନ ଭାବେ ନିର୍ମିତ ହୋଇଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଦୁଡ଼ା କୁ ସାମିଲ କରାଯାଇଛି । ନୂତନ ଭାବେ ନିର୍ମିତ ହୋଇଥିବା ଏହି ବିଦ୍ୟାଳୟ ୫ଟି ରେ ଯିବା ପରେ ଛାତ୍ର ଛାତ୍ରୀ ଓ ଅଭିାବକଙ୍କ ଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଥିଲା । ଏପରିକି ୫ଟି ରେ ଯିବା ପରେ ପ୍ରଥମ କିସ୍ତିରେ ବିଦ୍ୟାଳୟ କୁ ୪୫ ଲକ୍ଷ୍ ଟଙ୍କା ଆସିଥିବା ବେଳେ ବିଜ୍ଞାନ ଗାର ଓ ଶୌଚାଳୟ ପାଇଁ ୧୦ ଲକ୍ଷ୍,କ୍ରୀଡା ଓ ଅନ୍ୟାନ୍ୟ ଉନ୍ନତି ପାଇଁ ୭.୫୦ ଲକ୍ଷ, ସ୍ମାର୍ଟ କ୍ଲାସ ରୁମ ପାଇଁ ୧୦ ଲକ୍ଷ୍,ଓ ଇ - ଲାଇବ୍ରେରୀ ପାଇଁ ୧୦ ଲକ୍ଷ୍ ଟଙ୍କା ସମୁଦାୟ ୩୫ ଲକ୍ଷ୍ ଟଙ୍କା ବିଦ୍ୟାଳୟ ପକ୍ଷରୁ ବ୍ଲକ ପ୍ରଶାସନ କୁ ହସ୍ତାନ୍ତର କରାଯାଇଥିଲା । ଏହାର କାର୍ଯ୍ୟାଦେଶ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଥିବାବେଳେ ଏବେ ଏହି ବିଦ୍ୟାଳୟ ରେ ନିମ୍ନ ମାନର କାମ ସହ ସମ୍ପୂର୍ଣ୍ଣ କାମ ନ କରି ଏହି ଅର୍ଥ ହଡ଼ପ ପାଇଁ ଉଦ୍ୟମ ଚାଲିଥିବା ଦୁଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ବିଦ୍ୟାଳୟ ରେ ବିଦ୍ୟୁତ୍ ନ ଥିବା ବେଳେ ଇ - ଲାଇବ୍ରେରୀ ହୋଇ ନ ଥିବା ଜଣା ପଡିଛି। ଏହିପରି ବିଦ୍ୟାଳୟ ଖେଳ ପଡିଆ ରେ ପଡିନି ଗୋଟିଏ ଗାଣ୍ଡୁଆ ମାଟି । ଏହାସହ ସ୍ମାର୍ଟ କ୍ଲାସ ରୁମ ପାଇଁ ସାତ ଗୋଟି ଶ୍ରେଣୀ ଗୃହ ମଧ୍ୟରୁ ମାତ୍ର ୪ଟି ଶ୍ରେଣୀ ଗୃହରେ ଟାଇଲ ପଡିଥିବା ବେଳେ ବାକି ତିନୋଟି କ୍ଲାସ ରୁମ ବା ଶ୍ରେଣୀଗୃହ ଟାଇଲ୍ କରାଯାଇନାହିଁ । ପୂର୍ବରୁ ଶ୍ରେଣୀ ଗୃହରେ ପଡିଥିବା କାଡପା ଏବେ ବି ପଡିରହିଥିବା ଦେଖିବାକୁ ମିଳିଛି । ବିଜ୍ଞାନ ଗାର ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣା ରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ଏହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସହ ଗ୍ରାମବାସୀ ମାନେ ପ୍ରଶ୍ନ ଉଠାଇଥିବା ବେଳେ ରଙ୍ଗମାରି ଅର୍ଥ ହଡ଼ପ କରାଯାଉଥିବା ଅଭିଯୋଗ ହେଉଛି । ସମସ୍ତ କାର୍ଯ୍ୟ ନ ସାରି ୟୁସି ଦାଖଲ ପାଇଁ ଏବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଚାପ ପକାଜାଉଥିବା ଗ୍ରାମ ବାସିମାନେ କହନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ବି ଡି ଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣା ପଡ଼ିଛି । ମାତ୍ର ଗ୍ରାମବାସୀ ଙ୍କ ଅଭିଯୋଗ ପରେ ବି ପ୍ରଶାସନ ର ନିରବତା କୁ ନେଇ ପ୍ରଶ୍ନ ବାଚି ସୃଷ୍ଟି କରିଛି । ବିଶେଷ ଭାବେ ୫ଟି କମିଶନ ଏଥିପ୍ରତି ଦୃଷ୍ଟି ଦେବା ସହ ନୟାଗଡ଼ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ବିଦ୍ୟାଳୟ କମିଟି ଓ ଗ୍ରାମବାସୀ ମାନେ ଦାବି କରି ଛନ୍ତି । ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୯/୨୦୨୨----୮,୩୦ Sakhigopal News,9/9/2022