Breaking News

ଟ୍ରାକ୍ଟର ଚୋରି ଅଭିଯୋଗରେ ୩ ଗିରଫ , ଚୋରି ଟ୍ରାକ୍ଟର ଜବତ



ଭଂଜନଗର - ଚୋରି ହୋଇଥିବା ଟ୍ରାକ୍ଟର କୁ ଉଧାର କରିବା ସହ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ବେଲଗୁଣ୍ଠା ପୋଲିସ । ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢେୟାପଲ୍ଲୀ ଗାଁ ନିକଟରୁ ଓଡି-୩୨ଏ - ୯୦୭୨ ନମ୍ବର ଏକ ଟ୍ରାକ୍ଟର ଚୋରି ହୋଇଥିବା ନେଇ ବେଲଗୁଣ୍ଠା ଥାନା ରେ ଅଭିଯୋଗ ହୋଇଥିଲା । ଏନେଇ ଘଟଣା ରେ ସଂପୃକ୍ତ ଭଂଜନଗର ଥାନା ଅଞ୍ଚଳର ଗୁରାବାଡି ଗ୍ରାମର ପରମେଶ୍ବର ବିଷୋୟୀ , ଯୋଗୀମାରୀ ଗ୍ରାମର ରବିନାରାୟଣ ଘଡେ଼ଇ ଏବଂ ଅଖଝୋଳ ଗ୍ରାମର ବରଜୁ ପ୍ରଧାନ ଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଚୋରି ହୋଇଥିବା ଟ୍ରାକ୍ଟର କୁ ଉଧାର କରିବା ସହ ଚୋରି ସମୟରେ ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଗୋଟିଏ ବୁଲେଟ୍ କୁ ଜବତ କରିଛି ପୋଲିସ । ଏହି ଘଟଣା ପରେ ବିଭିନ୍ନ ଗାଡି ମାଲିକ ମାନେ ଏବେ ନିଜ ଗାଡିରେ ସୁରକ୍ଷା ନେଇ ଚିନ୍ତାରେ ପଡ଼ିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୯/୨୦୨୨----୮,୪୦  Sakhigopal News,9/9/2022

Blog Archive

Popular Posts