ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀ
କଟକ---- କଟକ ଜିଲ୍ଲାର ବୈଦେଶ୍ଵର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁରୁମୁପଡା ଗ୍ରାମର ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ସେ ଜଣେ ସମାଜସେବୀ, ପରୋପକାରୀ ମଣିଷ ଟିଏ ଥିଲେ । ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କର ପରିବାର ବର୍ଗ , ଆତ୍ମୀୟ ସ୍ବଜନ ,ବନ୍ଧୁ ବାନ୍ଧବ ପ୍ରଭୃତି ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିଥିଲେ । ସ୍ମୃତି ସଭା ପରେ ସମସ୍ତଙ୍କୁ ଭୋଜନକୁ ଆମନ୍ତ୍ରଣ କରାଯାଇଥିଲା । ଏହା ପରେ ଭଜନ,କୀର୍ତ୍ତନ, ଭାଗବତ ମଣ୍ଡଳୀଙ୍କ ଦ୍ବାରା ପରିବେଶକୁ ଆଧ୍ମାତ୍ମିକମୟ କରାଯାଇଥିଲା ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୨/୯/୨୦୨୨---୮,୧୦ Sakhigopal News,12/9/2022