ଦରମା ନେଉଛି କର୍ମୀ , କେନ୍ଦ୍ର ଚଳାଉଛି ସହାୟିକା
କଟକ--- କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମ ପଞ୍ଚାୟତର ଘୋଡାବର ଅଙ୍ଗନବାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ ହୋଇଛି । ଏହି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ଶର୍ମିଷ୍ଠା ପଟ୍ଟନାୟକ । ଅବିବାହିତ ଥୂବାବେଳେ ସେ ଏହି କେନ୍ଦ୍ରରେ ଚାକିରୀ ପାଇଥିଲେ । କିନ୍ତୁ ବିବାହ କଲା ପରେ ସେ ଏବେ ନିଜ ଶଶୁରଙ୍କ ଘରେ ରହୁଛନ୍ତି । ତାଙ୍କ ଅନୁପସ୍ଥିତରେ କେନ୍ଦ୍ର ଚଳାଉଛନ୍ତି ଅଙ୍ଗନବାଡି ସହାୟିକା । ହେଲେ ମାସକୁ ମାସ ସରକାରଙ୍କ ଠାରୁ ଦରମା ନେଉଛନ୍ତି କର୍ମୀ । କେନ୍ଦ୍ରର ଏହି ଅବ୍ଯବସ୍ଥା ପାଇଁ ଗ୍ରାମରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ସହାୟିକା ପିଲାମାନଙ୍କୁ ଜଗିବ ନା ଖାଦ୍ୟ ରୋଷେଇ କରିବ । କାରଣ କୁନିକୁନି ପିଲାମାନଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ କାର୍ଯ୍ଯରେ ଅବହେଳା କରୁଥିବା କର୍ମୀଙ୍କୁ ତୁରନ୍ତ ବହିଷ୍କାର କରି , ଜଣେ ନିରାଶ୍ରୟ ମହିଳାଙ୍କୁ ନିଯୁକ୍ତି ଦିଆଗଲେ କେନ୍ଦ୍ରର କୁନିକୁନି ପିଲାମାନେ ଉପକୃତ ହେବେ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ନିୟୁଜ ସାକ୍ଷୀଗୋପାଳ,୧୧/୯/୨୦୨୨---୯,୦୫ Sakhigopal News,11/9/2022