ଆର୍ଥିକ ସାକ୍ଷରତା ଓ ଅର୍ନ୍ତଭୂକ୍ତିକରଣ ଶିବିର
ଭଞ୍ଜନଗର--ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅର୍ନ୍ତଭୂକ୍ତିକରଣ ବିଭାଗ ପକ୍ଷରୁ ସ୍ଥାନୀୟ ଡ଼ୁମାକୁମ୍ପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ହ ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ମତ୍ସ୍ୟଜିବୀ ମାନଙ୍କୁ ନେଇ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଏବଂ ଆର୍ଥିକ ଅର୍ନ୍ତଭୂକ୍ତି କରଣ ଅଧିକାରୀ ହରିଚରଣ ମିଶ୍ରଙ୍କ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ସହକାରୀ ମତ୍ସ୍ୟ ଅଧିକାରୀ ସୁଧାଶୁଂ ଶେଖର ସାହୁ ସଭାପତିତ୍ୱ କରିଥିଲେ । ଅନ୍ୟତମ ଅତିଥି ଭାବେ ଡ଼ାକ ସହ ଅଧିକ୍ଷକ, ଉପଖଣ୍ଡ ଭଞ୍ଜନଗର ଶ୍ରୀ ଭାଗ୍ୟଧର ଦାସ ଏବଂ ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅର୍ନ୍ତଭୂକ୍ତି କରଣ ଅଧିକାରୀ, ଭଞ୍ଜନଗର ସନ୍ତୋଷ କୁମାର ରଥ ଯୋଗ ଦେଇ ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅର୍ନ୍ତଭୂକ୍ତିକରଣ ବିଷୟରେ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ । ଏହି ଆର୍ଥିକ ସାକ୍ଷରତା ଓ ଅର୍ନ୍ତଭୂକ୍ତିକରଣ ଶିବିରରେ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାରେ ଟଙ୍କା ବିନିଯୋଗ କରି ନିଜ କଷ୍ଟ ଉପାର୍ଜିତ ଧନକୁ ସୁରକ୍ଷିତ କରିବା ସହ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ନିଜକୁ ପଞ୍ଜିକୃତ କରି ପେନସନ୍ ବୀମା ସୁବିଧା ପାଇବା କଥା ଆଲୋଚନା କରିଥିଲେ । ଏହି ଶିବିରରେ ପ୍ରତ୍ୟେକ 18 ଠାରୁ 39 ବର୍ଷ ମଧ୍ୟର ଲୋକଙ୍କୁ ଅଟଳ ପେନସନ୍ ଯୋଜନା, 18 ଠାରୁ 50 ବର୍ଷ ମଧ୍ୟର ଲୋକଙ୍କୁ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ 18 ଠାରୁ 70 ବର୍ଷର ଲୋକଙ୍କୁ ପ୍ରଧାନ ମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାରେ ପଞ୍ଜିକୃତ ହେବା ନିମନ୍ତେ ଉତ୍ସାହିତ କରାଯାଇଥିଲା । ଏଥି ସହ ଚିଟ୍ ଫଣ୍ଡ କମ୍ପାନୀ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥା ଠାରୁ ଦୂରେଇ ରହିବା ପାଇଁ ଯୋଗ ଦେଇଥିବା ଅତିଥି ମାନେ ପରାମର୍ଶ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୯/୨୦୨୨--୯,୨୦ Sakhigopal News,6/9/2022