ଓସେପା ଦ୍ୱାରା ଇ -କଣ୍ଟେଣ୍ଟ ହାର୍ଡ ଡିସ୍କ 5T ମାଧ୍ୟମରେ ପ୍ରଦାନ
ଭଞ୍ଜନଗର :-ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଭଞ୍ଜନଗର ଠାରେ ନବମ ଓ ଦଶମ ଶ୍ରେଣୀ ଛାତ୍ର, ଛାତ୍ରୀ ଙ୍କ ଶିକ୍ଷଦାନ ଉଦେଶ୍ୟରେ ଉତ୍ତମ ଗୁଣବତ୍ତା ଥାଇ ହାର୍ଡ ଡିସ୍କ ଓସେପା ଦ୍ୱାରା ଇ କଣ୍ଟେଣ୍ଟ ଲୋଡ଼ ଥାଇ ଭଞ୍ଜନଗର ବ୍ଲକ ର ପାଞ୍ଚଟି ବିଦ୍ୟାଳୟକୁ ଦିଆଯାଇଛି ସେ ଗୁଡିକ ହେଲା ଜବାହାର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା, ଗାଲେରୀ ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ଜିଲୁଣ୍ଡି, ଡିହ ପଢାଳ ଉଚ୍ଚ ବିଦ୍ୟାଳୟ, ଜିଲୁଣ୍ଡି ଉଚ୍ଚ ବିଦ୍ୟାଳୟ, ଜିଲୁଣ୍ଡି କୁ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟ ନାୟକ ଓ ଏମ ଆଇ ଏସ କମ ପ୍ଲାନିଂ କୋଅର୍ଡିନେଟର ସୁଶୀଲ ସାହୁ ଉପରୋକ୍ତ ପ୍ରାଧନଶିକ୍ଷକ ମାନଙ୍କୁ ପ୍ରଦାନ କରିଥିଲେ । ଅନ୍ୟ ସ୍କୁଲ ମାନେ ଏହାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଛାତ୍ର, ଛାତ୍ରୀ ମାନଙ୍କୁ ଉତ୍ତମ ମାନର ଶିକ୍ଷାଦାନ ସକାଶେ ଉପରୋକ୍ତ ସ୍କୂଲ ରୁ ବିଷୟ ଭିତ୍ତିକ ପାଠ୍ୟଦାନ ପେନ ଡ୍ରାଇଭ ରେ ଆଣି ପଢ଼ାଇବେ । ଉପରୋକ୍ତ ପାଞ୍ଚ ଟି ମାଷ୍ଟ୍ର ସ୍କୂଲ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରି ବ୍ଲକ ର ମାଧ୍ୟମିକ ଶିକ୍ଷା ପରିବେଶକୁ ଉନ୍ନତି କରିବେ । ଏଥିପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ, ଜିଲ୍ଳା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ଶିକ୍ଷାଧିକାରୀ ଙ୍କୁ ଅଞ୍ଚଳ ବାସି ଓ ବୁଦ୍ଧିଜୀବୀ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି । ଏହାଦ୍ୱାରା ଛାତ୍ର, ଛାତ୍ରୀ ଙ୍କ ଶିକ୍ଷା ଗ୍ରହଣ ସରସ ସୁନ୍ଦର ହୋଇ ଗୁଣାତ୍ମକ ଶିକ୍ଷାର ବିକାଶ ରେ ଅଭିବୃଦ୍ଧି ହେବ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୯/୨୦୨୨---୯,୧୦ Sakhigopal News,6/9/2022