ଶବ ହାଦ କରି ଘରକୁ ଫେରୁଥିବା ବେଳେ ଅଘଟଣ ;ଟ୍ରକ ପଛରେ ପିଟି ହୋଇ ଦୁଇ ମୃତ୍ୟୁ ; ଜଣେ ଗୁରୁତର
ସାକ୍ଷୀଗୋପାଳ------ ପୁରୀରୁ ଶବ ଦାହ କରି ଘରକୁ ଫେରୁଥିବା ସମୟରେ ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ପ୍ରେଟୋଲ ଟାଙ୍କି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜଣେ ମହିଳା କନେଷ୍ଟବଳଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ଅନ୍ୟ ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ସତ୍ୟବାଦୀ ଥାନା ଅର୍ନ୍ତଗତ ଗୋପାଳପୁର ପାଟଣା ଗ୍ରାମର ଚନ୍ଦ୍ରକାନ୍ତ ଆଚାର୍ଯ୍ୟଙ୍କର ଭଣଜାଙ୍କର ଗତକାଲି ଦେହାନ୍ତ ହୋଇଯାଇଥିଲା । ଆଜି ତାଙ୍କର ଶବଦାହ ପୁରୀ ସ୍ୱର୍ଗଦ୍ୱାର ଠାରେ କରାଯାଇଥିଲା ।ଏହି ଶବ ଦାହରେ ଯୋଗ ଦେବା ପାଇଁ ଚନ୍ଦ୍ରକାନ୍ତ ଆଚାର୍ଯ୍ୟଙ୍କ ସ୍ତ୍ରୀ ସୁଷମା ଆଚାର୍ଯ୍ୟ ଓ ତାଙ୍କ ପୁଅ ଚିନ୍ମୟ ପ୍ରସାଦ ଆଚାର୍ଯ୍ୟ ଙ୍କ ସହିତ କେଳୁ ଚରଣ ସାହୁଙ୍କ ପୁଅ ସୂର୍ଯ୍ୟକାନ୍ତ ସାହୁ ଏକ ମଟର ସାଇକେଲ ରେ ପୁରୀ ଯାଇଥିଲେ । ମଟର ସାଇକେଲ ନଂ ଓଡି- ୧୩. ଫ- ୯୬୭୫ ଯୋଗେ ଏହି ତିନିଜଣ ଶବ ଦାହ କରି ଫେରୁଥିଲେ । ଉକ୍ତ ପ୍ରୋଟୋଲ ପମ୍ପ ନିକଟରେ ଓଡି,୦୧ ,ୱାଇ- ୯୮୫୫ ଟ୍ରକଟି ଖରାପ ହୋଇ ରାସ୍ତା କରରେ ଥୁଆ ହୋଇଥିଲା । ମଟର ସାଇକେଲଟି ସୂର୍ଯ୍ୟକାନ୍ତ ଚଲାଉଥିଲେ । ଅସବଧାନତା ଯୋଗୁ ଟ୍ରକ ପଛରେ ମଟର ସାଇକେଲ ଧକ୍କା ଦେଇଥିଲା । ଯାହା ଫଳରେକି ଘଟଣା ସ୍ଥଳରେ ସୂର୍ଯ୍ୟକାନ୍ତ ଓ ସୁଷମାଙ୍କର ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକମାନେ ଗୁରୁତର ଭାବେ ଆହତ ହୋଇ ପଡିଥିବା ଚିନ୍ମୟକୁ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ସାକ୍ଷୀାଗୋପାଳ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ରାସ୍ତା ଉପରେ ପଡିଥିବା ଦୁଇଜଣଙ୍କୁ ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ । ମେଡିକାଲରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା । ପୋଲିସ ଶବ ଦୁଇଟିକୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ସୁଷମା ମିଶ୍ର କୋଣାର୍କ ର୍କୋଟରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଛନ୍ତି । ଏହି ଦୁର୍ଘଟଣା ପରେ ସାକ୍ଷୀଗୋପାଳ ବଜାରେ ସବୁଠାରେ ଆଲେଚନାର ବିସୟ ହୋଇପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୬/୯/୨୦୨୨---୮,୫୫ Sakhigopal News, 6/9/2022