ଅଗ୍ନି କାଣ୍ଡ ଘଟି ଦୁଇଟିଆଦିବାସୀ ପରିବାରଙ୍କ ତିନି ବଖରାଘର ଭସ୍ମୀଭୂତ
ନୟାଗଡ, ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଥାନା ଅନ୍ତର୍ଗତ କିଆଝର ପଞ୍ଚାୟତର ଆଦିବାସୀଗାଁ ପେଟାପଲିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଘରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଇଛି । ଏଥିରେ ଦର୍ଣ୍ଣାଦନ ପ୍ରଧାନ ଙ୍କ ଦୁଇ ବଖରା ଘର ଓ 30ହଜାର ଟଙ୍କା ଏବଂ ଆସବା ପତ୍ର, ଆନନ୍ଦ ପ୍ରଧାନଙ୍କ ଗୋଟିଏ ବଖରା ଘର ସହ ବିଭିନ୍ନ ଆସବା ପତ୍ର ପୋଡି ପାଉଁଶ ହୋଇଯାଇଛି । ଏହି ଦୁଇ ପରିବାରଙ୍କ ପ୍ରାୟ ଲକ୍ଷାଧିକ ଟଙ୍କା ର ସମ୍ପତି ନଷ୍ଟ ହୋଇ ଯାଇଛି।ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଖଣ୍ଡପଡ଼ା ଅଗ୍ନିଶମ ବାହିନୀର ମୁଖ୍ୟ ଆଗ୍ନୀକ ପ୍ରଫୁଲ କୁମାର ସାହୁ ସ୍ଥାପପେଟାପଲି ଗାଁକୁ ଯାଇ ନିଆଁ କୁ ଆୟତ୍ତ କରି ଥିଲେ।ଅଗ୍ନି ବିପନ୍ନ ପରି ବାର ଏବେ ଖୋଲା ଆକାଶ ତଳେ ରହିଛନ୍ତି।ଘଟଣା ସମ୍ପର୍କରେ ଆମ ନୟାଗଡ ଜିଲା ପ୍ରତିନିଧି ନିରଂଜନ ଦାସ ଖଣ୍ଡପଡ଼ା ତହସିଲଦାରଙ୍କ ସହ ଯୋଗାଯୋଗ କରିବାରେ ତହସିଲଦାର କହିଛନ୍ତି ଆର ଆଇଙ୍କୁ ପଠାଇ ତଦନ୍ତ କରିବା ପରେ ସରକାର ଙ୍କ ନିୟମ ଅନୁଯାୟୀ ଅଗ୍ନିବିପନ୍ନ ପରିବାର ଙ୍କୁ ସମସ୍ତ ସାହାଯ୍ୟ ର ବ୍ୟବସ୍ଥା କରାଯିବ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧/୧୦/୨୦୨୨---୪,୩୦ Sakhigopal News,1/10/2022