Breaking News

ଧର୍ମ ପରାୟଣ ମହିଳାଙ୍କର ମୃତ୍ୟୁ


ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ଗ୍ରାମର ଚନ୍ଦ୍ର କୁମାର ପୁରୋହିତ ଙ୍କ ଧର୍ମପତ୍ନୀ ୭୫ ବର୍ଷ ବୟସରେ ଦେହତ୍ୟାଗ  କରିଛନ୍ତି । ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ମିଷ୍ଟଭାଷୀ, ମେଳାପି ଓ ସଂକ୍ରିଡା ଭାଗବତ ପ୍ରବଚନ ମଞ୍ଚର ଆଗଧାଡିର ଜଣେ ସକ୍ରିୟ ସଦସ୍ୟା ଥିଲେ। ତାଙ୍କର ବିୟୋଗରେ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ତିନି ପୁଅ ବିଜୟ, ସଞ୍ଜୟ, ଅକ୍ଷୟ ଓ ଏକ ମାତ୍ର ଝିଅ ସଂଯୁକ୍ତା ଅଛନ୍ତି।ମୃତ୍ୟୁ ସଜ୍ଜା ନିକଟରେ ପୁଅ, ବୋହୁ, ନାତିନାତୁଣୀ ଉପସ୍ଥିତ ଥିଲେ। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସଂକ୍ରିଡା ଗ୍ରାମର ସ୍ଵର୍ଗଦ୍ଵାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।  ପୁଅ ସଞ୍ଜୟ କୁମାର ପୁରୋହିତ ମୁଖାଗ୍ନି ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୯/୨୦୨୨----୮,୪୦   Sakhigopal News ,8/9/2022

Blog Archive

Popular Posts