ବେଆଇନ ବାଲି ଚାଲାଣ , ଟ୍ରାକ୍ଟର ସହ ୨ ଗିରଫ
ଭଞନଗର - ବେଆଇନ ବାଲି ଚାଲାଣ ବେଳେ , ବେଲଗୁଣ୍ଠା ଥାନା ପୋଲିସ ର ଚଢ଼ାଉ କରି ୨ଟି ଟ୍ରାକ୍ଟର କୁ ଜବତ କରିବା ସହ ୨ ଜଣ ଡ଼୍ରାଇଭର ଙ୍କୁ ଗିରଫ କରିଛି ପୋଲିସ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବଙ୍କା ନଦୀ ନିକଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରାଯାଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଚଢାଉ କରିଥିଲା । ବାଲି ଭର୍ତି ହୋଇଥିବା ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟର ସହ ଓଡି-୩୨ସି - ୦୧୨୪ ନଂ ଟ୍ରାକ୍ଟର କୁ ଜବତ କରିଥିଲା ପୋଲିସ । ଏହା ସହ ଉଭୟ ଟ୍ରାକ୍ଟର ର ଡ୍ରାଇଭର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ତାମନାଡ ଗ୍ରାମର ସୁନା ନାଇକ(୨୭) ଏବଂ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ସାରିଆ ନାଇକ କୁ ଗିରଫ କରାଯାଇଛି । ଏନେଇ ବେଲଗୁଣ୍ଠା ଥାନା କେଶ୍ ନମ୍ବର ୨୭୨/୨୨ ଏବଂ ୨୭୩/୨୨ ରେ ଦୁଇଟି ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ଠାରୁ ସୂଚନା ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ. ରିପୋର୍ଟ,୮/୯/୨୦୨୨----୮,୩୫ Sakhigopal News,8/9/2022