Breaking News

ଲୋକକଲା ଗ୍ରାମର କଳାକାର ମାନେ ପ୍ରଗତି ମଇଦାନରେ ନୃତ୍ୟୁ ପରିବେଷଣ କଲେ

 


ସାକ୍ଷୀଗୋପାଳ ----  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଲୋକକଳା ଗ୍ରାମ ସାରଙ୍ଗଯୋଡି  ଗ୍ରାମ ପଞ୍ଚାୟତର ବାଇଁଶବାଡି ଗ୍ରାମର କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟୁ ପରିଷଦର କଳାକାର ମାନେ  ନୂଆଦୀଲ୍ଲୀର ପ୍ରଗତି ମଇଦାନ କ୍ରାପସ୍ଟ ମିୟୁଜିୟମ ଆନ୍ତର୍ଜାତୀୟ ମଞ୍ଚରେ ଗୋଟିପୁଅ ନୃତ୍ୟୁ ପରିବେଷଣ କରୁଛନ୍ତି । ସରକାରଙ୍କ ଅମୃତ ମହୋତ୍ସବ ଅବସରରେ ସେପ୍ଟେମ୍ବର ମାସ ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତି ଚାଲିବ ବୋଲି ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ବିଶ୍ୱାଳଙ୍କ ଠାରୁ ଜଣାପଡିଛି । ଓଡିଶାର ଏହି ପାରମ୍ପାରିକ ଗୋଟିପୁଅ ନୃତ୍ୟୁକୁ ଦେଶ ବିଦେଶର  ପର୍ଯ୍ୟଟକ ମାନେ ମନଭରି ଉପଭୋଗ କରୁଛନ୍ତି । ଏହି ନୃତ୍ୟୁ ଦଳରେ ଗୁରୁ କୈଳାସଚନ୍ଦ୍ର ବିଶ୍ୱାଳ, ଗୁରୁ ପ୍ରୀୟବ୍ରତ ପଲେଇ, ସୁମିତ୍ରା ପଲେଇ ସୁଚିତ୍ରା ସେନାପତି, ରାକେଶ କୁମାର ନାୟକ, ରାଜା ନାୟକ, କାହ୍ନ ଭୋଇ ,ଇପସିତା ବିଶ୍ୱାଳ ପ୍ରମୁଖ ନୃତ୍ୟୁ ପରିବେଷଣ କରୁଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୯/୨୦୨୨---୫,୪୦  Sakhigopal News, 6/9/2022

Blog Archive

Popular Posts