ସାକ୍ଷୀଗୋପିନାଥ ଠାକୁରଙ୍କ ପାଶ୍ୱର୍ ପରିବର୍ତ୍ତନ ଏକାଦଶୀ ନିତି ଶେଷ
ସାକ୍ଷୀଗୋପାଳ----- ଆଷାଡ ମାସ ହରିଶୟନ ଏକାଦଶୀରେ ଠାକୁର ଶୋଇଛନ୍ତି । ସେହିଦିନ ଠାରୁ ଶୁଭ କାମ ମନ୍ଦ ରହିଛି । ଏହି ଅବସରରେ ସାକ୍ଷୀୀଗୋପିନାଥ ଦେବ ମଧ୍ୟ ଶୋଇଛନ୍ତି । ଆଜି ହେଉଛି ପାଶ୍ୱର୍ ପରିବର୍ତ୍ତନ ବଡ ଏକାଦଶୀ ଭାବେ ବେଶ ପରିଚିତ । ଆଜି ସାକ୍ଷୀଗୋପିନାଥ ଦେବଙ୍କର ବଡସିଂହାର ଧୂପ ପରେ ମହାପ୍ରଭୁଙ୍କୁ ନୂତନ ବସ୍ତ୍ର ଲାଗି କରାଯିବ । ନିଦ୍ରାରେ ଶୋଇଥିବା ଠାକୁର ପାଶ୍ୱର୍ ( କର ଲେଉଟାଇ )ପରିବର୍ତ୍ତନ କରିଥିଲେ । ସେବାୟତମାନେ ଆଳତୀ, ଉପଚାର କରିବା ପରେ ଠାକୁରଙ୍କୁ କୋରା ଭୋଗ ଲାଗି କରାଯାଇଥିଲା ବୋଲି ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୯/୨୦୨୨---୫,୪୦
Sakhigopal News, 6/9/2022