Breaking News

ବିଡିଓ, ତହସିଲ, ଥାନା ଓ ଅଗ୍ନିଶମ ବିଭାଗର କର୍ମଚାରୀ ନେଲେ କରୋନା ଟୀକା

 ଡେଲାଙ୍ଗ ------ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୁଧବାର  ଦିନ ୧୦୦ଜଣଙ୍କୁ କରୋନା ଟୀକା ପ୍ରଦାନ ପାଇଁ ପ୍ରସ୍ତୁତ ରହିଥିଲେ ।  ବ୍ଲକ,ତହସିଲ,ଥାନା,ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଆଜି ଟୀକା ନେଇଥିଲେ । ପ୍ରଥମ ଦିନରେ ବିଡିଓ କ୍ଷିରୋଦର ପ୍ରଧାନ,ତହସିଲାଦାର ରାଜେନ୍ଦ୍ର ଆଚାରିଆ,ଏବିଡିଓ ପ୍ରଦୀପ୍ତ କୁମାର ନାୟକଙ୍କୁ  କରୋନା ଟୀକା ପ୍ରଦାନ କରାଯାଇଛି । ଡାକ୍ତର ଯନ୍ମେଯୟ ମିଶ୍ରଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ କର୍ମଚାରୀ ସାଧୁ ଚରଣ ଜେନା ଓ କୁନିଲତା ରାୟ କରୋନା ଟୀକା ପ୍ରଦାନ କରିଥିଲେ । ଆଜି ସମସ୍ତ ଟୀକାଧାରୀ ସୁସ୍ଥ ରହିଥିବା ସହିତ କାହାର ପାର୍ଶ୍ୟପ୍ରକିୟା ନଥିବା ନେଇ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ବିପିଏମ୍ ଦିଲିପ କୁମାର ପରିଡା ସୁଚନା ଦେଇଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୦/୨/୨୦୨୧-----୧୦,୫୦

Blog Archive

Popular Posts