ସରସ୍ବତୀ ସୋସିଆଲ ଏଜୁକେସନାଲ ବିକାଶ ପରିଷଦ ଆନୁକୂଲ୍ୟରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଯାଜପୁର--- ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ସରସ୍ବତୀ ସୋସିଆଲ ଏଜୁକେସନାଲ ବିକାଶ ପରିଷଦ ଆନୁକୂଲ୍ୟରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗୋପବନ୍ଧୁ ଛକରେ ପଥପ୍ରାନ୍ତ ନାଟକ ଓ ଗୀତସଙ୍ଗୀତ ମନୋରଞ୍ଜନ କାର୍ଯ୍ୟକ୍ରମ ଜରିଆରେ ଲୋକ ମାନଙ୍କୁ ଟ୍ରାଫିକ୍ ନିୟମ ପାଳନ ଓ ସଡକ ସୁରକ୍ଷା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ଏସପି ରାହୁଲ ପିଆର୍, ସ୍ଥାନୀୟ କୋରାଇ ବିଧାୟକ ଅଶୋକ କୁମାର ବଳ ଓ ବ୍ୟାସନଗର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗ ସଚେତନତାର ବାର୍ତ୍ତା ଦେଇଥିଲେ । ସଚେତନତା କାର୍ଯ୍ୟକ୍ରମର ଆୟୋଜନ ପାଇଁ ଅତିଥି ମାନେ ଆୟୋଜକଙ୍କର ପ୍ରଶଂସା କରିଥିଲେ । ହାସ୍ୟ ଅଭିନେତା ଉମେଶ ଦାସ ଓରଫ୍ ଟନିଆଭାଇ ମଧ୍ୟ ପଥପ୍ରାନ୍ତ ନାଟକରେ ଅଜା ଭୂମିକାରେ ଅଭିନୟ କରି ନାତୁଣିକୁ ହେଲମେଟ ପିନ୍ଧିବା ଓ ସଡକ ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ ।
ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ ୨୪/୨/୨୦୨୧----୨,୫୦