ଶିକ୍ଷାନୁଷ୍ଠାନ ବନ୍ଦ, ଏଥର ଫିକା ପଡିଲା 'ସରସ୍ବତୀ 'ପୂଜା
ଜଟଣୀ --ସମୟ କ୍ରମେ ବହୁ ପରମ୍ପରା ଓ ପୂଜାପାର୍ବଣ ଲିଭି ଯାଇଥିବା କିଛି ପରମ୍ପରା ଆଜି ବଞ୍ଚିରହିଛି ।ପିଲାଟିଦିନରୁ ଆଧ୍ୟାତ୍ମିକ ଚେତନା ଜାଗ୍ରତ ସହ ସାଙ୍ଗ ସାଥୀଙ୍କ ଆସରର ପାର୍ବମାନଙ୍କ ମଧ୍ୟରେ ରହିଛି ଗଣେଶ ଓ ସରସ୍ବତୀ ପୂଜା । ଏହି ଦିନ ମୂର୍ତ୍ତିପୂଜା ସାଙ୍ଗକୁ ମଉଜମସ୍ତି ସହ ପିଲାଟି ଦିନରୁ ବିଦ୍ୟାର୍ଥୀ ମାନଙ୍କ ଅବଗତ ହୋଇଛନ୍ତି । ଶିକ୍ଷାଗ୍ରହଣ କ୍ଷେତ୍ରରେ ପାଦ ପଡିବା ପୂର୍ବରୁ ଶିଶୁଙ୍କୁ ଖଡ଼ି ଛୁଆଁଇଁବା ଆମର ଏକ ମୁଖ୍ୟ ପରମ୍ପରା ରହିଛି । ସରସ୍ବତୀ ପୂଜା ଦିନ ଶିଶୁଙ୍କୁ ସ୍ଥାନୀୟ ବିଦ୍ୟାଳୟ କିମ୍ବା ମନ୍ଦିରକୁ ନେଇ ଶିକ୍ଷକ ଅବା ବ୍ରାହ୍ମଣ ସହାୟତାରେ ବିଦ୍ୟାଦାତ୍ରୀଙ୍କୁ ସୁମରଣ କରି ଖଡ଼ି ଛୁଆଁ ଯାଏ ଏହା ହୋଉଛି ଓଡ଼ିଆ ଜାତିର ପରମ୍ପରା । ଏହା ଗାଁ ଗହଳି ସମେତ ସହରର କିଛି ସ୍ଥାନରେ ଆଜି ବି ବଞ୍ଚି ରହିଛି । କରୋନା ପ୍ରକୋପରେ ଦୀର୍ଘ ୧0 ମାସ ଧରି ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦରହିବା ଫଳରେ ଗଣେଶ ପୂଜା ହୋଇପାରିନଥିଲା । ହେଲେ କରୋନା ଭୟ ସମ୍ପୂର୍ଣ୍ଣ ଦୂର ନ ହେବା କାରଣରୁ ରାଜ୍ୟ ସରକାର ସମସ୍ତ ସ୍କୁଲକୁ ସରସ୍ବତୀ ପୂଜା ଦିନ ବନ୍ଦ ରଖିବାକୁ ଘୋଷଣା କରିବା ଫଳରେ ବିଦ୍ୟାର୍ଥୀଙ୍କ ପୂଜା ଆଶା ମଉଳି ଯାଇଛି
। ଏଥର ଘରେ ରହି ବିଦ୍ୟାର୍ଥୀ ବିଦ୍ୟାଦାତ୍ରୀଙ୍କୁ ପୂଜା କରିଥିଲେ । ପୂଜା ସାମୁହିକ ଭାବେ ପାଳନ ହୋଇପାରିବ ନାହିଁ ବୋଲି ଜଣା ପଡିବା ପରେ କିଛି ଜାଗାରେ କେବଳ ସରସ୍ବତୀ ମୂର୍ତ୍ତିକୁ ଶିକ୍ଷକମାନଙ୍କ ପକ୍ଷରୁ ନିୟମ ପାଳନ ମୁତାବକ ପୂଜା କରାଯାଇଥିଲା । ଅନ୍ୟାପକ୍ଷେ ସରସ୍ବତୀ ମୂର୍ତ୍ତି, ପୂଜା ସାମଗ୍ରୀର ଆସର ଖୋଲି ବସିଥିବା ବେପାରୀ ମୁଣ୍ଡରେ ହାତ ମାରିଛନ୍ତି । ଆଗଭଳି ଆଉ ହାତ ତିଆରି ମାଟିମୂର୍ତ୍ତି ଦେଖିବାକୁ ମିଳିନଥିବା ବେଳେ ଏବେ ଛାଞ୍ଚରେ ତିଆରି ମୂର୍ତ୍ତି ବିକ୍ରି ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ବିଭିନ୍ନ ରକମର ମୂର୍ତ୍ତି ବଜ଼ାରରେ ବିକ୍ରି ହେଉଥିଲେ ହେଁ ଆଗଭଳି ଗ୍ରାହକ ନଥିଲେ । ତେବେ କରୋନା ପ୍ରକୋପ ଦୂର ହୋଇ ନ ଥିବାରୁ ପୂଜା ପାଳନ ଉପରେ କଟକଣାକୁ ସ୍ୱାଗତ କରିଛନ୍ତି ଅଭିଭାବକ ।

ଜଟଣୀ --ରଙ୍ଗନାଥ ବେହେରା,୧୭/୨/୨୦୨୧----୭,୧୦