Breaking News

>>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ
  • କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକି ଟ୍ରଷ୍ଟର ସଦସ୍ୟା ମାନଙ୍କର ଦକ୍ଷତା ବିକାଶ ଆଲେଚନା ଚକ୍ର

     ଡେଲାଙ୍ଗ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ କସ୍ତୁରବା ସେବା କେନ୍ଦ୍ର ପରିସରରେ ଓଡିଶାର ୧୩ ଗୋଟି କେନ୍ଦ୍ରର କର୍ମୀ ମାନଙ୍କୁ ନେଇ ଏକ ଦକ୍ଷତା ବିକାଶ ସହିତ କେନ୍ଦ୍ରର କାର୍ଯ୍ୟକ୍ରମ ସମ୍ପକରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲେଚନା ଚକ୍ରରେ ବରୀ, ଯାଜପୁର, କେଉଁଝର, ୱାରଙ୍ଗବାଦ, ସମ୍ବଲପୁର, ମୟୁରଭଞ୍ଜର ଦେଉଳୀ,  ରାୟଗଡାର ପାର୍ବତୀନଜର, ବରଗାଁ, କଣ୍ଟିଅପଡା, ସତ୍ୟଭାମାପୁର ପ୍ରାଦେଶିକ କାର୍ଯ୍ୟାଳୟ, କଟକ, ଜଗତସିଂହପୁର, ପୁଆଡିହ, କୁଞ୍ଜକୋଠିରକର୍ମୀ ମାନେ ଏହି ଆଲେଚନା ଚକ୍ରରେ ଯୋଗ ଦେଇଥିଲେ । ବେରବୋଇ କେନ୍ଦ୍ର ତରଫରୁ ଆସିଥିବା କର୍ମୀ ମାନଙ୍କୁ ଅଭ୍ୟର୍ଥନା କରାଯାଇଥିଲା । ପ୍ରଥମେ ସେବା କେନ୍ଦ୍ର ନିକଟରେ ଥିବା ଗାନ୍ଧୀପୀଠରେ ମାଲ୍ୟାର୍ପଣ କରାଯିବା ପରେ ରାମଧ୍ୱନ ଗାନ କରାଯାଇଥିଲା ।ବେରବୋଇ କେନ୍ଦ୍ରର ସଭାନେତ୍ରୀ କୁନ୍ତଳା କୁମାରୀ ବିଶ୍ୱାଳପ୍ରଦୀପ ପ୍ରଜ୍ୱଳନ କରି ଆଲେଚନା ଚକ୍ରଟିକୁ ଉଦଘାଟନ କରିଥିଲେ । ଟ୍ରଷ୍ଟର ପ୍ରତିନିଧି ସଂଧ୍ୟାରାଣୀ ମଲିକ ସଭାପତିତ୍ୱ କରିଥିଲେ । ଭାରତୀ ଘୋଷ, କିଷ୍ଣାରାଣୀ ବୋଷ, ସୁକାନ୍ତ ନାୟକ, ଶିବାନୀ ପାଣୀଗ୍ରାହୀ, ସତ୍ୟଭାମା ସାହୁ, ସରୋଜିନୀ ଦାସ, ଖୁଲଣା ଦାସ, ଜୟନ୍ତୀ ବିଶ୍ୱାଳ, ପୁଷ୍ପଲତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । 

    ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୧---୪,୨୫

    Blog Archive

    Popular Posts