ପାଞ୍ଚଜଣ କୃତୀ ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକଅନ୍ତର୍ଗତ ଗୁଆଳିଗୋରଡା ସ୍ଥିତ ଗୋପବନ୍ଧୁ ଜନ୍ମପୀଠ ନୋଡାଲ ଉଚ୍ଚ ବିଦ୍ୟାଳୟର ପାଞ୍ଚଜଣ କୃତୀ ଛାତ୍ରୀଙ୍କୁ ସମ୍ମର୍ଦ୍ଧିତ କରାଯାଇଛି । ସେମାନେ ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିବା ସହିତ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତିରେ ୫ ହଜାର ଟଙ୍କା ଆର୍ଥିକ ସହାୟତା ପାଇଛନ୍ତି । ସେମାନେ ହେଲେ ଲକ୍ଷ୍ମୀପ୍ରିୟା ବରାଳ, ଶିବନୀ ପାତ୍ର, ପ୍ରଜ୍ଞାପରମିତା ପଣ୍ଡା, ସୁଶ୍ରୀ ସଙ୍ଗୀତା ପ୍ରଧାନ, ସୁଶ୍ରୀ ପ୍ରଜ୍ଞାପରିମିତା ଜେନା । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ସମ୍ବଦ୍ଧିତ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ବ୍ୟାଙ୍କ ଗବକୁଣ୍ଡ ଶାଖାର ପୂର୍ବତନ ଶାଖା ପରିଚାଳକ ଜଳନ୍ଧର ମହାନ୍ତି ଓ ଶଶୀ ପ୍ରଭା ମହାନ୍ତି ଯୋଗ ଦେଇ କୃତୀ ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ଚିତ୍ତରଞ୍ଜନ ଦାଶ, କ୍ଷୀରୋଦ କୁମାର ନାୟକ, ନଳିନୀ ପ୍ରଭା ନାୟକଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତୀ ଓ ବିଦ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୨/୨୦୨୧----୫,୩୦