Breaking News

>>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • ସାଉରିଆ ପଞ୍ଚାୟତ ପ୍ରିମିୟର କିକ୍ରେଟ ମ୍ୟାଚ ଉଦଯାପିତ


     ଡେଲାଙ୍ଗ ---ଡେଲାଙ୍ଗ ଥାନା ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତର ବାରବାଟି ଗ୍ରାମ ପଡିଆରେ ସାଉରିଆ ପଞ୍ଚାୟତ ପ୍ରିମିୟର ଲିଗ ୨୦୨୧ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନ ସେବା ସଂସ୍ଥାନ ଚାରିଟେବୁଲ ଟ୍ରଷ୍ଟ ଏହି ମ୍ୟାଚର ଆୟୋଜନ କରିଥିଲା ।ଏଥିରେ ବିଭିନ୍ନ ପଞ୍ଚାୟତରୁ ୭ଟି ଦଳ ଯୋଗ ଦେଇଥିଲେ । ଶେଷରେ ଫାଇନାଲ ମ୍ୟାଚ  କାକା ଏକାଦର ସହିତ ଫେଣ୍ଡସ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟଚ ଜିତି କାକା ଏକାଦଶ ଟିମ ୧୬ ଓଭରରେ ସମସ୍ତ ଉଇକେଟ ହରାଇ ୧୧୭ ରନ କରିଥିଲେ । ଜବାବରେ ଫେଣ୍ଡସ କ୍ରିକେଟ କ୍ଳବ ୧୬ ଓଭରରେ ୯ ଉଇକେଟ ହରାଇ ୧୧୮ ରନ କରିଥିଲେ । ବିଜୟର ଦଳର ମ୍ୟାନ ଅଫ ଦିମ୍ୟାଚ ଭାବେ ସାବନ ଖାନ ଓ ମ୍ୟାନ ଅଫ ଦି ସିରିଜି ଭାବେ ଏମ. ଡି, ରାଜା କାକା ଏକାଦଶ ଟିମର । ବିରଞ୍ଚି ପରିଡା ଓ ଆଲୋକ ରଞ୍ଜନ ପରିଡା ଖେଳ ପରିଚାଳନା କରିଥିଲୋ ସ୍କୋରର ଭାବେ ପ୍ରକାଶ ବେହେରା ରହିଥିଲେ । ପୁରଷ୍କାର ବିତରଣ ଉତ୍ସବରେ ତହସିଲଦାର ରାଜେନ୍ଦ୍ର ଆଚାରୀଆ, ସରପଞ୍ଚ ସାଉରିଆ, କୁନିମଣି ରାଉତରାୟ, ସରପଞ୍ଚ ଘନିପୁର ଲକ୍ଷ୍ମୀଧର ବେହେରା, ଯୁଧିଷ୍ଠିର ମାର୍ଥା, ଶିକ୍ଷାବିତ୍ତ ଉଚ୍ଚବ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା ରନସ ଦଳକୁ ୭ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତି ବିଶେଷ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ପତ୍ୟୁଷନିଶଙ୍କ, ବିଶ୍ୱଜିତି ପାଢ଼ୀ, ବାବା, ଶକ୍ତି, ମାନସ, ରାଜେଶ ମହାରଣା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସ୍ୱାଧିନ ସେବା ସଂସ୍ଥାନ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶଶି ଶେଖର ରାୟ ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୨/୨୦୨୧----୮,୫୫

    Blog Archive

    Popular Posts