Breaking News

ନିଶାଡିଙ୍କ ଉନ୍ମତକାଣ୍ଡ, ସାହି ମଧ୍ୟରେ ଥିବା କୃତ୍ରିମ ଜଙ୍ଗଲରେ ଲଗାଇଦେଲେ ନିଆଁ,


 ଜଟଣୀ---- ଜଟଣୀ ସହରରେ ନିଶାଡିମାନଙ୍କ ଉତ୍ପାତ ଚରମ ସୀମାରେ ପହଁଚିଲାଣି । ଲୋକେ ଭୟଭିତ ହୋଇଗଲେଣି । ଦ୍ରୁତଗତିରେ ଗାଡି ଚାଳନା କରି ଲୋକମାନଙ୍କୁ ଭୟଭିତ କରାଇବା ସହିତ ଲୋକ ମାନଙ୍କଠାରୁ ମୋବାଇଲ ଫୋନ ଝାମ୍ପିନେବା ଓ ପଥଚାରୀ ଏବଂ  ବ୍ୟବସାୟୀଙ୍କଠାରୁ ଟଙ୍କାପଇସା ଇତ୍ୟାଦି ଲୁଟିନେଉଛନ୍ତି ।  ଏବେ ସହରାଞ୍ଚଳ ମଧ୍ୟରେ ଥିବା ଏକ କୃତ୍ରିିମ ଜଙ୍ଗଲକୁ ଆଜି ମଧ୍ୟାହ୍ନରେ ନିଆଁ ଲଗାଇଦେବା ଘଟଣା ସାଧାରଣରେ ଚିନ୍ତାର କାରଣ ପାଲଟିଛି ।  ସ୍ଥାନୀୟ ବାଛରାପାଟଣା ଅଞ୍ଚଳର ବାଛରାମୁଣ୍ଡିଆ ନିକଟ ଡିଫେନ୍ସଲ୍ୟାଣ୍ଡରେଥିବା କୃତ୍ରିମ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ନିକଟରେ ରହିଥିବା କଲୋନୀର ଲୋକମାନଙ୍କଘରେ ଧୂଆଁମୟ ହୋଇଯାଇଥିଲା । ଲୋକେ ଭୟଭିତ ହୋଇ ପଦାକୁ ବାହାରି ଆସିଥିଲେ । ଏଥି ସହିତ ଏହିଲ୍ୟାଣ୍ଡ ଦେଇଯାଇଥିବା ଜଟଣୀ-ତିରିମଲ ରାସ୍ତାରେ ନିଆଁର ପ୍ରକୋପରେ ଯାନବାହାନ ଇତ୍ୟାଦି ଯାତାୟତ ବନ୍ଦ ହୋଇଯାଇଥିଲା । ଏନେଇ ଲୋକେ ଜଟଣୀ ଅଗ୍ନିଶମ ବିଭାଗକୁ ଫୋନକରି ଜଣାଇଥିଲେ । ଖବରପାଇ ଜଟଣୀଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟାକରିଥିଲା । ସେଥିରେ ବିଫଳ ହେବାରୁ  ପୁଣି ଆଉ ୨ଟି ଦମକଳଗାଡି ଆଣି ନିଆଁକୁ ଦିର୍ଘ ୨ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଆୟତ କରିଥିଲେ । ଅନ୍ୟପକ୍ଷରେ  ଆଜି ପୁର୍ବାହ୍ନରେ ଏକ ନିଶାଡି ଗୋଷ୍ଠୀ ଏଠାରେ ଦିର୍ଘ ସମୟ ନିଶାସେବନ କରି ସମୟ ଅତିବାହିତ କରିବାପରେ ନିଶାଶକ୍ତ ଅବସ୍ଥାରେ ଏପରି କରିଥିବା ସ୍ଥାନୀୟ କେତେକ ବ୍ୟକ୍ତି ସୁଚନା ଦେଇଛନ୍ତି । ସେହିପରି ବାଛରାମୁଣ୍ଡିଆରେ ମଧ୍ୟ ଆଜି ପୁର୍ବାହ୍ନ ୧୦ଟାଠାରୁ କେହି ବ୍ୟକ୍ତି ନିଆଁ ଲଗାଇଦେବା ଫଳରେ ନିଆଁର ପକୋପ ଏବଂ ଗ୍ରୀଷ୍ମପ୍ରବାହରେ ସ୍ଥାନୀୟ ଲୋକେ ଅଣନିଶ୍ୱାସୀ ହୋଇଯାଇଥିଲେ । ଏନେଇ ଲୋକେ ଆତଙ୍କିତ ହୋଇଯାଇଥିଲେ । ତେବେ ବାରମ୍ବାର ବିଭିନ୍ନ ସ୍ଥାନରେ ଏପରି ଗଛଲଟା ପୋଡିବା ଆଳରେ ଲୋକମାନେ ନିଆଁଲଗାଇ ପରିବେଶକୁ ନଷ୍ଟ କରୁଛନ୍ତି । ଏହା ସାଙ୍ଗକୁ ଉତପ୍ତ ସହରର କୁହାଯାଉଥିବା ଭୂବନେଶ୍ୱର ସହରରତଳି ଜଟଣୀ ସହରରେ ମଧ୍ୟ ଅନୁରୁପ ଗ୍ରୀଷ୍ମପ୍ରବାହ ଜାରି ରହୁଛି । ଏବେଠାରୁ ଲୋକେ ଗ୍ରୀଷ୍ମପ୍ରବାହରେ ଡହଳବିକଳ ହେଲେଣି । ତେଣୁ ଏଥିପ୍ରତି ଏପରି କାର୍ଯ୍ୟକରୁଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି ।  ଜଟଣୀରୁ ରଙ୍ଗନାଥ ବେହେରା, ୨୮/୨/୨୦୨୧-----୫,୪୦


Blog Archive

Popular Posts