ଯାଜପୁର ରେ ଭାରତ ବନ୍ଧ ସଫଳ
ଯାଜପୁର -ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରାକୁ ସଫଳ କରାଇଛନ୍ତି ଯାଜପୁର ବ୍ୟବସାୟୀ ସଂଘ । ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲାରେ ମା ବିରଜା ବଣିକ ସଂଘ ପକ୍ଷରୁ ମଧ୍ୟ ଏହି ବନ୍ଦ ଡାକରାକୁ ସଫଳ କରାଯାଇଛି । ଦୋକାନ ବଜାର ବନ୍ଦ ରହିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିଛି । ତେବେ ଗାଡିମଟର ଚଳାଚଳ ସ୍ୱଭାବିକ ରହିଥିବା ବେଳେ ବ୍ୟବସାୟ ନଥିବାରୁ ବଜାର ଖାଁ ଖାଁ ହୋଇଛି । ଯାଜପୁରରେ ସମ୍ପୁର୍ଣ୍ଣ ଭାବେ ବନ୍ଦ ସଫଳ ହୋଇଥିବା ସଂଘ ଦାବି କରିଛି । ଯାଜପୁର ରୁ ଶିବକେତନ ମହାନ୍ତି,୨୬/୨/୨୦୨୧---୧୦,୦୦