Breaking News

ମା ଜାଗେଶ୍ୱରୀଙ୍କ ପୀଠରେ ଅଷ୍ଟପ୍ରହରୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ


 ସାକ୍ଷୀଗୋପାଳ-----ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ଗ୍ରାମ ପଞ୍ଚାୟତର ପଦ୍ମପୁର ଗ୍ରାମରେ ପୂଜିତ ମା ଜାଗେଶ୍ୱରୀଙ୍କ ପୀଠରେ ୬୨ ତମ ବାର୍ଷିକ ଅଷ୍ଟପ୍ରହରୀ  ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣହୂତି ଦିନ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଓଡିଶାର ସୁନାମଧନ୍ୟ କଣ୍ଠଶଳ୍ପି ଅଞ୍ଜଳି ମିଶ୍ର ଓ ଶାସ୍ୱତ ପାତ୍ରଙ୍କ ଟିମ ଭଜନ ପରିବଷେଣ କରିଥିଲେ । ନାମଯଜ୍ଞରେ ଶରତ ସ୍ୱାଇଁ ଓ ଗୀତାଞ୍ଜଳି ସ୍ୱାଇଁ କର୍ତ୍ତାକର୍ତ୍ତୀ ଭାବେ ରହିଥିବା ବେଳେ ଆଚାର୍ଯ୍ୟ ବାବନ ଚନ୍ଦ୍ର ନନ୍ଦ ପୂଜା ପାଠ କରିଥିଲେ । ବାଗଲପୁର,ପଦ୍ମପୁର, ସମେଇପୁର, ବଡତୋଟା ଆଦି ଗ୍ରାମର ସଂକୀର୍ତ୍ତନ ଦଳ ଯୋଗ ଦେଇ ଠାକୁରଙ୍କ ନାମ କୀର୍ତ୍ତନ କରିଥିଲେ । ଏହି ଅବସରରେ ଗ୍ରାମରେ ଥିବା ସମସ୍ତ ପରିବାରଙ୍କ ଘର ଆଗରେ କଳସ ସ୍ଥାପନ ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ପୂର୍ଣ୍ଣାହୂତିରେ ଶାନ୍ତି ପାଣି ପାଇବା ପାଇଁ ଗହଳି ଲାଗି ରହିଥିଲା । ସମୂହ ପ୍ରସାଦ ସେବନ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୧----୩,୪୦

Blog Archive

Popular Posts