ସମସ୍ତ ରେଳ ଚଳାଚଳ ସ୍ୱଭାବିକ କରିବାକୁ ରେଳବାଇ ଯାତ୍ରୀ କଲ୍ୟାଣ ପରିଷଦର ଡିଆରଏମଙ୍କୁ ସ୍ମାରକ ପତ୍ର
ଜଟଣୀ---- ପୁର୍ବତଟ ରେଳବାଇ ଯାତ୍ରୀ କଲ୍ୟାଣ ପରିଷଦର ସଂଯୋଜକ ରାମ ଶଙ୍କରଙ୍କ ତତ୍ୱାବଧାନରେ ଜଟଣୀ ଲୟାର୍ସ ଆସୋସିଏସନ,ଜଟଣୀ ବ୍ୟବସାୟୀ ସଂଘ, ବରିଷ୍ଠ ନାଗରୀକ ମଞ୍ଚ ଜଟଣୀ ଓ ଖୋର୍ଦ୍ଧା, ଡେଲି ପାସେଞ୍ଜର ଆସୋସିଏସନ, ଜଟଣୀ ଅଟୋରିକ୍ସା ଆସୋସିଏସନ, ରେଳପଥ କର୍ମଚାରୀ ପେନସନର ଆସୋସିଏସନ ପ୍ରଭୃତିର କର୍ମକର୍ତ୍ତା ମାନେ ଏକ ସ୍ମାରକପତ୍ର ଖୋର୍ଦ୍ଧାରୋଡ ଡିଆରଏମଙ୍କୁ ପ୍ରଦାନ କରିଛନ୍ତି । ମହାମାରୀ କରୋନା ସମୟରେ ବିଭିନ୍ନ ରାଜ୍ୟରୁ ୪୦ହଜାର ଓଡିଆ ପ୍ରବାସୀଙ୍କୁ ସେମାନଙ୍କ ପରିବାରରେ ସାମିଲ କରି ଏକ ନୂତନ ଉଦାହରଣ ସୃଷ୍ଟି କରିଥିଲା ଖୋର୍ଦ୍ଧାରୋଡ ରେଳପଥ ମଣ୍ଡଳ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଖୋର୍ଦ୍ଧାରୋଡ ରେଳପଥକୁ ପ୍ରସଂଶା କରାଯାଇଥିଲା । ଅନ୍ୟ ପକ୍ଷର୍ରେ ଏବେ କିଛିଦିନ ହେଲା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି । ସରକାରଙ୍କ ନିର୍ଦ୍ଧେଶକ୍ରମେ ସମସ୍ତ କାର୍ଯ୍ୟ ସ୍ୱଭାବିକ ସ୍ତରରେ କର୍ଯ୍ୟକାରୀ ହେଲାଣି । ସ୍ୱାସ୍ଥ୍ୟବିଭାଗ ଜରିଆରେ ଟିକାକରଣ ମଧ୍ୟ ଜାରି ରହିଛି । ତେବେ ଏଥିରେ ରେଳପଥ ରେଳ ଚଳାଚଳ ସ୍ୱଭାବିକ ହୋଇନାହିଁ । ଯାହା ଫଳରେକି ହଜାର ହଜାର ସଂଖ୍ୟକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଖୋର୍ଦ୍ଧାରୋଡ ରେଳ ଜଙ୍କସନ ଉପରେ ନିକଟବର୍ତି ଖୋର୍ଦ୍ଧା,ପୁରୀ,ନୟାଗଡ,କଟକ,ଗଞ୍ଜାମ ପ୍ରଭୃତି ଜିଲାର ଶତାଧିକ ଗ୍ରାମ ଓ ସହରର ହଜାର ହଜାର ସଂଖ୍ୟକ ଯାତ୍ରୀ ଯାତାୟତଲାଗି ନିର୍ଭର କରିଥାନ୍ତି । ସରକାରୀ ଓ ବେସରକାରୀ କର୍ମଚାରୀ,ଶ୍ରମିକ,ଶିକ୍ଷାବିତ,ସମାଜସେବୀ,ସ୍ୱାସ୍ଥ୍ୟ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀମାନେ ଖୋର୍ଦ୍ଧାରୋଡ ରେଳପଥ ଉପରେ ନିର୍ଭରକରି ନିଜ କର୍ମକ୍ଷେତ୍ରକୁ ଯାଆସ କରିଥାନ୍ତି । ମାତ୍ର ରେଳ ଚଳାଚଳ ବନ୍ଦ ହୋଇଯିବାପରେ ସେମାନେ ବହୁ ଅସୁବିଧାର ସମୁଖୀନ ହେଉଥିବା କହିଛନ୍ତି । ତେଣୁ ଏମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରେଳବିଭାଗ ଏଣିକି ରେଳ ଚଳାଚଳ ସ୍ୱଭାବିକ କରନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି କରିବା ସହ ଡିଆରଏମଙ୍କୁ ଏକ ସ୍ମାରକ ପତ୍ର ଦେଇଛି ।
ଜଟଣୀରୁ ରଙ୍ଗନାଥ ବେହେରା, ୨୩/୨/୨୦୨୧---୯,୩୦