Breaking News

ନୀଳକଣ୍ଠେଶ୍ୱରଙ୍କ ଦୋଳବେଦୀରେ ୫୯ତମ ଅଷ୍ଟପ୍ରହରୀ ଓ ନାମଯଜ୍ଞ

 ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ରେଙ୍ଗଳ ଗ୍ରାମ ପଞ୍ଚାୟତର  ରେଙ୍ଗଳ ଗ୍ରାମରେ ଥିବା ନୀଳକଣ୍ଠେଶ୍ୱରଙ୍କ ଦୋଳବେଦୀରେ ୫୯ ତମ ନାମଯଜ୍ଞ ଓ ଅଷ୍ଟପ୍ରହରୀ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ଭାବେ  ବାବା ନାରାୟଣ ଚରଣ ଦାସ ଉପସ୍ଥିତ ରହି ଠାକୁରଙ୍କୁ ପୂଜାପାଠ କରିଥିଲେ । ଏହି ଅବସରରେ ଗ୍ରାମରେ ସମସ୍ତ ପରିବାରଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । କେତେକ ପରିବାରର ସଦସ୍ୟ ମାନେ ହବିଷାନ୍ନରେ ରହିଥିଲେ । ଘୋରଡିଆ, ଶିବିଳପାଟଣା, ମାଣିତିରି, ରେଙ୍ଗଳ ଓ ନରଣଗଡ ଗ୍ରାମର ସଂକୀର୍ତ୍ତନ ଦଳ ଯୋଗଦେଇ ଠାକୁରଙ୍କ ନାମ କୀର୍ତ୍ତନ କରିଥିଲେ । ନାମଯଜ୍ଞର ପୂର୍ଣ୍ଣାହୂତି ଦିନ ଆଖପାଖ ଗ୍ରାମର ପୁରୁଷ ମହିଳା ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଗ୍ରାମର ନୀଳକଣ୍ଠେଶ୍ୱର ଯୁବକ ସଂଘ ଓ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଆସୁଛି ବୋଲି ପରିଚାଳନା କମିଟିର ସଭାପତି ଅଜୟ ବିଶ୍ୱାଳଙ୍କ ଠାରୁ ସୁଚନା ମିଳିଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୨/୨୦୨୧---୯,୧୫

Blog Archive

Popular Posts