Breaking News

ପଞ୍ଚାୟତ ସ୍ତରୀୟ କ୍ରିକେଟ ମ୍ଯାଚ ଉଦଘାଟିତ


ସାକ୍ଷୀ ଗୋପାଳ ନିଉଜ୍ ଭେଡେନ ରୁ ଭବାନୀଶଙ୍କର  ପାଢୀ ଙ୍କ ରିପୋର୍ଟ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଂଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ମ୍ଯାଚ ଉଦଘାଟିତ ହୋଇଯାଇଛି।
ଏହି ମ୍ଯାଚ ର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିଚିଂଡା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ତଥା ପୂର୍ବତନ ରେମଂଡା ସରପଞ୍ଚ ହରିନାରାୟଣ ମେହେର ଯୋଗ ଦେଇ ଥିଲେ। ଏହି ମ୍ଯାଚ କୁ ପରିଚାଳନା କରିଥିଲେ ରେମଂଡା ପୁର୍ବତନ ସରପଞ୍ଚ ଏକାଦଶିଆ ହଟେଇ । ଦୁଷ୍ମନ୍ତ ସତପଥୀ, ସ୍କୋର ର ଭାବେ ବିନାୟକ ମେହେର ଓ ଧାରାବିବରଣୀ ଆଲୋକ ବହିଦାର କରିଥିଲେ । ପ୍ରଥମ ମେଚ ଟି ଡୋମିନେଟର ଇଲେଭେନ ଓ ଏସ୍ ଏସ୍ ଇଲେଭେନ ମଧ୍ୟ ରେ ହୋଇଥିଲା।
ଏଥିରେ ନିର୍ଧାରିତ ୧୦ ଓଭରରେ ଡୋମିନେଟର ଇଲେଭେନ ୧୪୦ ରନ ସଂଗ୍ରହ କରି ଥିଲେ। ଏହା ର ଜବାବରେ ଏସ ଏସ ଇଲେଭେନ ୯ ଓଭର ୪ ବଲରେ ୪୦ ରନ କରିଥିଲେ। ଡୋମିନେଟର ଇଲେଭେନ ର ମୋତିଲାଲ ସାହୁ ୨୫ ବଲ ରେ ୬୨ ରନ କରିଥିଲେ ଓ ଶ୍ରିପତି କୁମ୍ଭାର ୩୦ ବଲରେ ୫୫ରନ କରି ଅପରାଜିତ ରହିଥିଲେ। ଶ୍ରିପତି କୁମ୍ଭାର  ଙ୍କୁ ସ୍ଥାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା। ମୁଖ୍ୟ ଅତିଥି ହରିନାରାୟଣ ମେହେର ପୁରସ୍କାର ପ୍ରଦାନ କରିଥିଲେ। ଏହି  ଖେଳରେ ସହଯୋଗ କରିଥିଲେ ପ୍ରଶାନ୍ତ ସେବକ, ଆନନ୍ଦ ପଟେଲ, କୁଶ କର, ସିପୁନ୍ ପଟେଲ, ସମ୍ଭୁ ସାହୁ ଓ ଲକି ମେହେର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି  ସହଯୋଗ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର  ପାଢୀ ଙ୍କ ରିପୋର୍ଟ ,୧୭/୨/୨୦୨୧----୮,୫୫

Blog Archive

Popular Posts