Breaking News

ମହିଳା ଓ ଶିଶୁ ବିକାଶ ବିଭାଗର ୫ ଅନ ଲାଇନ ସେବା ଲୋକାର୍ପିତ


ଭୁବନେଶ୍ୱର---- ମହିଳା ଓ ଶିଶୁ ବିକାଶ ବିଭାଗର 5 ଟି ନୂଆ ଅନ ଲାଇନର ସେବାକୁ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି 5 ଟି ସେବାଗୁଡିକ ହେଲା ଇ କଳିକା , ମୋ ଛତୁଆ ଆପ , ଇ ମାନ ଦେୟ ପୋର୍ଟାଲ , ମମତା ଆପ  ଓ ମୋ ଶିଶୁ ପୋର୍ଟାଲ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି   ଯେ ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳା ମାନଙ୍କର ସଶକ୍ତିକରଣ ଓ ଶିଶୁ ମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରି ଆସୁଛନ୍ତି । ଏଥି ପାଇଁ ପଞ୍ଚାୟତ ଅନୁଷ୍ଠାନ ଗୁଡିକରେ ମହିଳାଙ୍କ ପାଇଁ ସଂରକ୍ଷଣ ଠୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୮୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି ବୋଲି କହିଥିଲେ। ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୨୬/୨/୨୦୨୧---୯,୪୦

Blog Archive

Popular Posts