ଜଟଣୀରେ କଂଗ୍ରେସର ବନ୍ଦ ଡାକରା ସମ୍ପୁର୍ଣ୍ଣ ସଫଳ
ଜଟଣୀ,----- ପ୍ରଦେଶ କଂଗ୍ରେସ ଡାକରାକ୍ରମେ ଖୋର୍ଦ୍ଧାଜିଲା କଂଗ୍ରେସ ସଭାପତି ସୁର ରାଉତରାୟଙ୍କ ନିର୍ଦ୍ଧେଶକ୍ରମେ ଜଟଣୀନଗର କଂଗ୍ରେସ ପକ୍ଷରୁ ୬ଘଂଟିଆ ବନ୍ଦ ସଫଳ ହୋଇଛି । ସକାଳ ୭ଟାଠାରୁ ଦିନ ୧ଟା ପର୍ଯ୍ୟନ୍ତ ୬ଘଂଟା ବ୍ୟାପି ସହରର ସମସ୍ତ ଦୋକାନବଜାର ବନ୍ଦ ରହିଥିଲା । ଜଟଣୀ ନଗରକଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ କଂଗ୍ରେସ କର୍ମିମାନେ ସ୍ଥାନୀୟ ହନୁମାନ ବାଟିକାଠାରୁ ଏକ ବାଇକ ଶୋଭାଯାତ୍ରାରେ ସହରର ଖୋଲାଯାଇଥିବା କେତେକ ଦୋକାନ ବନ୍ଦ କରିଥିବା ବେଳେ ପେଟ୍ରୋଲପମ୍ପ, ବ୍ୟାଙ୍କ ରେଳପଥ ମୂଖ୍ୟକାର୍ଯ୍ୟାଳୟ ସହିତ କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ନାଇଜର ପ୍ରଭୃତିକୁ ଯାଇ ବନ୍ଦକରିିଥିଲେ । ତେଣୁ ଜଟଣୀରେ ସଂପୁର୍ଣ୍ଣ ବନ୍ଦ ହୋଇଥିଲା । ଅନ୍ୟପଟେ କଂଗ୍ରେସର ଏହି ବନ୍ଦ ଡାକରାକୁ ନେଇ ସହରବାସୀ ମଧ୍ୟ ପୁର୍ବରୁ ଅବଗତଥିଲେ ।
ସେନେଇ ସେତେଟା ସମସ୍ୟା ଉପୁଜିନଥିଲା । ବନ୍ଦଡାକରାକୁ ଦୃଷ୍ଟିରେ ରଖି ସୋମବାର ସହରର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ସ୍କୁଲଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଜଟଣୀକୁ ସରକାରଙ୍କ ମୋବସ୍ ଚଳାଚଳ ହୋଇନଥିଲା । ମାତ୍ର ହସ୍ପିଟାଲ,ଡାକ୍ତର,ନର୍ସ,ପାରାମେଡିକାଲ କର୍ମଚାରୀ,ଦମକଳ,ଆମ୍ବୁଲାନ୍ସ,କ୍ଷୀରଗାଡି ଆଦି କାର୍ଯ୍ୟକ୍ଷମ ରହିଥିବା ଦେଖିବାକୁ ମିଳିଥିଲା । ଜଟଣୀରେ ରହିଥିବା ପୁର୍ବତଟ ରେଳପଥର ଖୋର୍ଦ୍ଧାରୋଡ ରେଳମଣ୍ଡଳ ଜଂଙ୍କସନରେ ବନ୍ଦ୍ର କୈାଣସି ପ୍ରଭାବ ପଡି ନ଼ଥିବା ଜଣାପଡିଛି । ମାତ୍ର ଏହି ରେଳମଣ୍ଡଳ ଅଧିନରେଥିବା ଭୂବନେଶ୍ୱର ଓ ପୁରୀ ରେଳଷ୍ଟେସନରେ ଆନ୍ଦୋଳନକାରୀମାନଙ୍କ ଦ୍ୱାରା କେତେକ ଟ୍ରେନ ଅଟକାଯାଇଥିବା ବେଳେ ଟ୍ରେନ ଚଳାଚଳ ଅଧଘଂଟାରୁ ୪୫ମିନିଟ ମଧ୍ୟରେ ବିଳମ୍ବ ହୋଇଥିବା ମଣ୍ଡଳ ପକ୍ଷରୁ ସୁଚନା ମିଳିଛି । ଆଜିର ଏହି ବନ୍ଦଡାକରା କାର୍ଯ୍ୟକ୍ରମରେ ସିଲୁ ରଥ,ସଂକେତ ପାଟ୍ଶାଣୀ,ବୃନ୍ଦାବନ ସାହୁ, ଶ୍ରୀକୃର୍ଷ୍ଣ ମହାନ୍ତୀ, ଜୟସୂର୍ଯ୍ୟ ପଟ୍ଟନାୟକ, ଅସରାର ହୁସେନ, ମହମଦ ତାହିର ଉଦ୍ଧିନ,ବାଇନ ପ୍ରଧାନ, ପ୍ରଶାନ୍ତ ମହାପାତ୍ର,ଦିପ୍ତରଂଜନ ସୁନ୍ଦରାୟ, ସୂର୍ଯ୍ୟକାନ୍ତ ବଳିୟାରସିଂହ,ଦିଲୀପ ପ୍ରଧାନ,ରାକେଶ ଦାସ ଓ ଶବର ଦାସଙ୍କ ସହିତ ଅନ୍ୟମାନେ ଯୋଗଦେଇଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରା, ୧୫/୨/୨୦୨୧---୫,୪୫